ମିଲର ଫେରାଉଛି ଧାନ,ଚିନ୍ତାରେ ଚାଷୀ

ନୟାଗଡ଼ ଅଫିସ,୧୯।୧ – ନୟାଗଡ଼ ଜିଲାରେ ୧୫୩ ଧାନମଣ୍ଡି ଓ ୧୪ ସଂଲଗ୍ନ ମଣ୍ଡି ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଗତ ୭ ତାରିଖରେ ନୟାଗଡ଼ ଜିଲା ସଦର ମହକୁମାରୁ ଧାନକିଣା ଆରମ୍ଭ ହୋଇଥିଲା । ତେବେ ଜିଲାର ସବୁ ଧାନ ମଣ୍ଡି ଖୋଲିିଲାଣି ବୋଲି ଜିଲା ଯୋଗାଣ ଅଧିକାରୀ କହୁଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋ ରିପୋର୍ଟ କହୁଛି ଭିନ୍ନ। ଧାନ କିଣିବାର ୧୨ଦିନ ବିତିବାକୁ ବସିଥିବାବେଳେ ସରକାରୀ ଘୋଷଣାର ଅଧା ମଣ୍ଡି ଏଯାବତ ଖୋଲି ପାରିନାହିଁ। ଅନ୍ୟପକ୍ଷେ ଖୋଲିଥିବା ଧାନମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରୁ ନାହିଁ। ଚାଷୀର ଧାନ କଞ୍ଚା ଓ ସବୁଜ ଭାଗ ଅଧିକ ରହୁଛି ଦର୍ଶାଇ ମିଲର ଫେରାଇ ଦେଉଛି । ଅମଳ ସମୟରେ ଧାନ ବର୍ଷାରେ ଭିଜିବା ଓ ପାଣି,ମାଟିରେ ପଡ଼ି ରହିବା କାରଣରୁ ମାନ କମିବା ପ୍ରଶାସନ ଓ ସରକାର ଜାଣିଥିଲେ ମଧ୍ୟ ଚାଷୀଙ୍କୁ ହଇରାଣ କରିବ କେତେଦୂର ଠିକ୍‌ ବୋଲି ପ୍ରଶ୍ନ ଉଠିଛି । ମିଲର ଧାନକୁ ଏଫ୍‌ଏକ୍ୟୁ ମାନର ନୁହଁ କହି ଫେରାଇ ଦେବାପରେ ଚାଷୀ ପୁଣି ଖର୍ଚ୍ଚାନ୍ତ ହୋଇ ଧାନ ଘରକୁ ଫେରାଇ ନେଉଛି । ସେହିପରି ସୋମବାର ବାହାଡ଼ାଝୋଲାରେ ମଣ୍ଡି ଖୋଲିଥିଲା । ଧାନସଫା ହୋଇ ନାହିଁ, ଓଦାଳିଆ ଅଛି କହି ମିଲର ଧାନ ଫେରାଇ ଦେଇଛି। ଏନେଇ ଭାପୁରର ଚାଷୀ ସୁଦାମ ପ୍ରଧାନ କୁହନ୍ତି, ଭାପୁର ସେବା ସମବାୟ ସମିତିରେ ରବିବାର ଧାନମଣ୍ଡି ଖୋଲିଥିଲା। ଚାଷୀଧାନ ବିକ୍ରି କରିବାକୁ ମଣ୍ଡିକୁ ଆସିଥିଲେ । ସରକାରଙ୍କ ଘୋଷଣା ଅନୁସାରେ ଆଦ୍ରତା ୧୭ପ୍ରତିଶତ ଥିଲେ ଧାନ କିଣା ହେବ। ମାତ୍ର ଆଦତ୍ରା ୧୭.୫ ଥିବା ଦର୍ଶାଇ ମିଲର ଧାନ କିଣିଲା ନାହିଁ । ପରାମର୍ଶ ଦେଲା ଧାନ କଞ୍ଚା ଓ ସବୁଜ ଭାଗ ଠିକ କରି ଆଣିଲେ ଧାନ କିଣାଯିବ । ମିଲର ଧାନ ନେବାକୁ ବାରଣ କରିବା ପରେ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଧାନ ଫେରାଇ ନେଲେ। ଯେଉଁ ଚାଷୀ ଧାନ ଫେରାଇ ନେଲେ ସେମାନେ କ’ଣ ମଣ୍ଡିକୁ ପୁଣି ଆସିବେ, ଏକଥା ସରକାର ଓ ପ୍ରଶାସନ ବୁଝିବା ଦରକାର । ହେଲେ ସମସ୍ୟା କେହି ବୁଝୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ି ଚାଲିଛି ବୋଲି ବହୁ ଚାଷୀ କହିଛନ୍ତି ।

ମେସେଜ ଆସୁଛି,ଖୋଲୁନି ମଣ୍ଡି
ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀଙ୍କ ପାଖକୁ ମେସେଜ ଆସୁଛି । ହେଲେ ପ୍ରଶାସନ ଧାନମଣ୍ଡି ଖୋଲିବାରେ ବିଫଳ ହୋଇଛି । ଏଣୁ ଚାଷୀ ମଣ୍ଡିକୁ ଯାଇ ଧାନ ଧରି ଫେରୁଛି । ଏହାର ନଜିର ଓଡ଼ଗାଁ ପ୍ରାଥମିକ କୃଷି ସମବାୟ ସମିତିକୁ ନିଆଯାଇପାରେ । ଏଠାର ଚାଷୀଙ୍କୁ ଜାନୁୟାରୀ୧୬ରେ ଧାନ ବିକ୍ରି କରିବାକୁ ମେସେଜ ଆସିଥିଲା । ଚାଷୀ ୧୬,୧୭,୧୮ ତିନି ଦିନ ଧରି ଅପେକ୍ଷା କଲା । ହେଲେ ମଣ୍ଡି ଖୋଲିଲାନି । ସମାନ ଅଭିଯୋଗ ନୂଆଗାଁରୁ ଆସିଛି। ଏଠାରେ ମୋବାଇଲକୁ ମେସେଜ ଆସିଥିଲେ ମଧ୍ୟ ମଣ୍ଡି ଖୋଲି ପାରୁନି ପ୍ରଶାସନ ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri