Categories: ଜାତୀୟ

ମିଳିତ କୃଷକ ମୋର୍ଚ୍ଚାର ନୂଆ ରଣନୀତି

ନୂଆଦିଲ୍ଳୀ,୧୬।୨: ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଇ ଦିଲ୍ଲୀ ସୀମାରେ ଧାରଣା ଜାରି ରହିଛି। ତେବେ ଏବେ ମୋର୍ଚ୍ଚା ପକ୍ଷରୁ ଏହାର ରଣନୀତିରେ କେତେକ ପରିବର୍ତ୍ତନ କରାଯାଇଛି। ସୀମାରେ ଧାରଣା ଦେଉଥିବା ଚାଷୀଙ୍କ ସଂଖ୍ୟା କମାଇବା ଲାଗି ମୋର୍ଚ୍ଚ ଯୋଜନା କରିଛି। ଦେଶସାରା କୃଷକ ମହାପଞ୍ଚାୟତ ଆୟୋଜନ କରିବା ଲକ୍ଷ୍ୟ ନେଇ ଚାଷୀ ନେତା ରାକେଶ ଟିକାଏତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆବଶ୍ୟକ ସମୟରେ ଦିଲ୍ଲୀ ସୀମାରେ ଚାଷୀଙ୍କୁ ଏକଜୁଟ କରାଯାଇ ପାରିବ। ମାତ୍ର ସାରା ଦେଶରେ କୃଷି ଆଇନକୁ ବିରୋଧ କରାଯିବା ଲାଗି ମହାପଞ୍ଚାୟତ ଜରୁରି ବୋଲି ରାକେଶ କହିଛନ୍ତି। ସରକାରଙ୍କ ଟାଳଟୁଳ ନୀତିରୁ ଜଣାପଡୁଛି ଯେ, ସହଜରେ ଏହାର ସମାଧାନ ହେବ ନାହିଁ ଏବଂ ଆନ୍ଦୋଳନ ଦୀର୍ଘଦିନ ଧରି ଜାରି ରହିବ। ତେଣୁ ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀଙ୍କ ସଂଖ୍ୟା କମାଇବା ପାଇଁ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share