୨୬ ବର୍ଷ ସାନ ସ୍ତ୍ରୀଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତା

ଅଭିନେତା ମିଲିନ୍ଦ ସୋମନ ହିନ୍ଦୀ, ମରାଠୀ ଏବଂ ଦକ୍ଷିଣ ଫିଲ୍ମ ଜଗତରେ କାମ କରିଛନ୍ତି। କେବଳ ଏତିକି ନୁହେଁ, ସେ ଫିଟ୍‌ନେସ୍‌ କିଙ୍ଗ୍‌ ଭାବରେ ମଧ୍ୟ ଜଣାଶୁଣା। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ତାଙ୍କର କିଛି ଭିଡିଓ ଫଟୋ ଶେୟାର କରିଥା’ନ୍ତି। ନିକଟରେ ସେ ନିଜ ସ୍ତ୍ରୀ ଅଙ୍କିତାଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି।
ଅଙ୍କିତା ଇନଷ୍ଟାଗ୍ରାମରେ ତାଙ୍କ ସ୍ବାମୀଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିବା ସହିତ ଅଙ୍କିତା ଏକ ରୋମାଣ୍ଟିକ କ୍ୟାପସନ ମଧ୍ୟ ଲେଖିଛନ୍ତି। ଫଟୋ ସହିତ ଲେଖାଯାଇଛି, ଚୁମ୍ବନ ଦେବା ସମୟରେ ସ୍ବର୍ଗ ଅନୁଭବ କରିବା ଉଚିତ୍‌। ତାଙ୍କର ଏହି ଫଟୋ ୧୭ ହଜାରରୁ ଅଧିକ ଲାଇକ ପାଇଛି।

ମିଲିନ୍ଦଙ୍କଠାରୁ ଅଙ୍କିତା ୨୬ ବର୍ଷ ସାନ। ଅଙ୍କିତା ତାଙ୍କର ଦ୍ୱିତୀୟ ପତ୍ନୀ। ଏହାପୂର୍ବରୁ ସେ ୨୦୦୬ରେ ଅଭିନେତ୍ରୀ ମିଲେନିଙ୍କୁ ବିବାହ କରିଥିଲେ। ୩ ବର୍ଷ ପରେ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା।

Share