ଏହି ଅଭିନେତାଙ୍କ ଗୋଟିଏ ସର୍ତ୍ତ ଲାଗି ବଜାର ମଝିରେ ପୁଶ୍‌ଅପ୍‌ ମାରିଲେ ମହିଳା; କାରଣ ଜାଣିଲେ…

ବମ୍ବେ: ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ମଡେଲ ତଥା ଅଭିନେତା ମିଲିନ୍ଦ ସୋମେନ। ଲୋକପ୍ରିୟତା ଦୃଷ୍ଟିରୁ ତାଙ୍କର ପ୍ରଶଂସକ ମଧ୍ୟ ଅଧିକ। ଅଭିନେତାଙ୍କ ଝଲକ ହେଉ ଅଥବା ତାଙ୍କସହ ଫଟୋଟିଏ ପାଇଁ ସେମାନେ ଅପେକ୍ଷା କରି ରହିଥାନ୍ତି। ଆଉ ଯଦି ସେହି ସୁଯୋଗ ମିଳିଲା, ହାତଛଡ଼ା କରିବ ବା କିଏ। ଏବେ ସେଭଳି ଜଣେ ମହିଳା ପ୍ରଶଂସକଙ୍କ ଭିଡିଓ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି ମିଲିନ୍ଦ। ଏହା ବେଶ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ମହିଳା ଶାଢ଼ୀ ପିନ୍ଧି ବଜାର ମଧ୍ୟରେ ପୁଶଅପ୍‌ କରୁଥିବା ଦେଖାଯାଉଛି।

ଭିଡିଓଟିକୁ ଶେୟାର କରି ମିଲିନ୍ଦ ଲେଖିଛନ୍ତି, ମୁଁ ଛୋଟ ମାର୍କେଟକୁ ଯାଇଥିଲି। ରାୟପୁରରେ ମିଳୁଥିବା ଖାଇବାର ମଜା ଉଠାଉଥିଲି। ଏହି ସମୟରେ ଜଣେ ମହିଳା ମୋ ସହ ସେଲ୍‌ଫି ପାଇଁ କହିଥିଲେ। ମୁଁ ତାଙ୍କୁ ପ୍ରତିବଦଳରେ ୧୦ ପୁଶଅପ୍‌ ବୋଲି କହିଥିଲି। ବାସ୍‌, ସେ କ୍ୟାମେରା ଅନ୍‌ କରିବା ପୂର୍ବରୁ ପୁଶଅପ୍‌ କରିବା ଆରମ୍ଭ କରିଦେଇଥିଲେ। ଶାଢ଼ୀ ପିନ୍ଧିଥିଲେ ବି ଅସୁବିଧା ହୋଇ ନ ଥିଲା। ଏପରିକି ଆଖପାଖରେ ଥିବା ଲୋକମାନେ କ’ଣ ଭାବିବେ ତାହା ସେ ଭାବି ନ ଥିଲେ। ବେଳେବେଳେ ଏକ ଭଲ ଜୀବନ ଜିଇଁବା ଲାଗି , ନିଜ ଇଚ୍ଛା ମୁତାବକ ଜିନିଷ ପାଇବା ଲାଗି, ହଁ କହିବାର ଆବଶ୍ୟକତା ଅଛି। ହଁ, ମୁଁ ଏହା କରିପାରିବି। ତେବେ ସେ ତାଙ୍କ ଫୋନ୍‌ରେ ବହୁତ ଭଲ ସେଲ୍‌ଫି ନେଇଛନ୍ତି ବୋଲି ଅଭିନେତା କହିଛନ୍ତି।

କହିରଖୁଛୁ, ୪୦ ବର୍ଷ ବୟସରେ ଦୌଡ଼ିବା ଆରମ୍ଭ କରିଥିଲେ ମିଲିନ୍ଦ। ସେବେଠାରୁ ସେ ନିଜ ଭିତରେ ପରିବର୍ତ୍ତନକୁ ଅନୁଭବ କରିଥିବା କହିଛନ୍ତି। ଥରେ ନିଜ ଶରୀରର ସମ୍ମାନ କରିବା ଆରମ୍ଭ କଲେ, ନିୟମିତ ଭାବେ ସୁସ୍ଥ ରହିବା ଦିଗରେ ଆମେ କାମ କରିଥାଉ। ଫଳରେଏଥିରୁ ମିଳୁଥିବା ପରିଣାମ ଚକିତ କରିଦିଏ। ଏହାର ଆରମ୍ଭ ଗୋଟିଏ ପାଦରୁ ହୋଇପାରିବ ବୋଲି ସେ କୁହନ୍ତି।

Share