୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ ପୂର୍ବରୁ ଆଉ କେତେଜଣ ଅଭିନେତ୍ରୀଙ୍କ ସହ ମିଲିନ୍ଦଙ୍କର ଥିଲା ରିଲେଶନ

ମୁମ୍ବାଇ: ଲକ୍ଷେ ଦିଲର ଧଡକନ ଦେଶର ‘ଆଇନ ମ୍ୟାନ’ ମିଲିନ୍ଦ ସୋମନ ତାଙ୍କର ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ବୟସକୁ ଏକ ନମ୍ବର ବୋଲି ଧରିନେଇଥିବା ମିଲିନ୍ଦଙ୍କ ଫିଟନେସର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ଯୁବତୀମାନଙ୍କ ମଧ୍ୟରେ ତାଙ୍କ ପପୁଲାରିଟି ଖୁବ୍ ଅଧିକ । ଫିମେଲ ଫ୍ୟାନ୍ସଙ୍କ ସହ ମଡେଲ ଓ ଅଭିନେତ୍ରୀମାନେ ବି ମିଲିନ୍ଦଙ୍କ ପ୍ରେମରେ ପାଗଳ । ଏବେ ଯଦିଓ ମିଲିନ୍ଦ ବିବାହ କରି ନେଇଛନ୍ତି ହେଲେ ଏହା ପୂର୍ବରୁ ସେ କେତେଜଣ ଅଭିନେତ୍ରୀଙ୍କ ସହ ରିଲେସନଶିପରେ ରହିଥିବା କୁହାଯାଏ ।
ଏହି କ୍ରମରେ ପ୍ରଥମେ ଆସୁଛନ୍ତି ମଧୁ ସପ୍ରେ । ମଧୁ ମିସ ୟୁନିଭର୍ସ ପେଜେଣ୍ଟ ୧୯୯୨ରେ ସେକେଣ୍ଡ ରନର୍ସ ଅପ୍ ରହିଥିଲେ । ସେ ସମୟରେ ତାଙ୍କର ମିଲିନ୍ଦଙ୍କ ସହ ରିଲେସନଶିପକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏମାନେ ଲିଭଇନରେ ରହିବା ସହ ପରେ ଉଭୟ ଏହାକୁ ସ୍ୱୀକାର ବି କରିଥିଲେ । ଏମାନେ ଏକାଠି କିଛି ପ୍ରୋଜେକ୍ଟରେ କାମ କରିବା ସହ ଏକ ଫ୍ୟାଶନ କ୍ୟାମ୍ପେନ ପାଇଁ ନ୍ୟୁଡ ପୋଜ ଦେଇ ଉଭୟ ଆସିଥିଲେ ବିବାଦକୁ । ଏହାପରେ ୧୯୯୫ରେ ଏମାନେ ଅଲଗା ହୋଇଯାଇଥିଲେ ।
ଫିଲ୍ମ ବୈଲି ଅଫ ଫ୍ଲାୱାର୍ସର ସେଟ୍‌ରେ ମିଲିନ୍ଦ ସୋମନଙ୍କ ସାକ୍ଷାତ୍ ମିଲେନେ ଜାମ୍ପୋନୋଇଙ୍କ ସହ ହୋଇଥିଲା । ଏହାପରେ ଉଭୟ ପ୍ରେମରେ ପଡି ୨୦୦୬ରେ ବିବାହ କରି ନେଇଥିଲେ । ଗୋଆରେ ଏମାନେ ବିବାହ କରିବା ପରେ ଏକାଠି ରହିଥିଲେ । ହେଲେ ପରେ ସ୍ଥିତି ବିଗିଡିବାରୁୁ ୨୦୦୯ରେ ଏମାନଙ୍କର ତଲାକ ହୋଇଯାଇଥିଲା ।
କେବଳ ଏତିକି ନୁହେଁ ଶାହାନା ଗୋସ୍ୱାମୀ, ଦୀପାନିତା ଶର୍ମା ଓ ଗୁଲ ପନାଗଙ୍କ ସହ ମଧ୍ୟ ମିଲିନ୍ଦଙ୍କ ରିଲେଶନ ଥିବା କୁହାଯାଏ । ଶେଷରେ କିନ୍ତୁ ନିଜଠାରୁ ୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ କରି ବେଶ କିଛିଦିନ ହେବ ସୁଖର ସଂସାରରେ ବ୍ୟସ୍ତ ଅଛନ୍ତି ମିଳିନ୍ଦ ସୋମନ । ୨୦୧୮ରେ ଏମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ଏମାନେ କିନ୍ତୁ ସ୍ପଷ୍ଟ କରିଥିଲେ କି ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର । ଏହା ତାଙ୍କ ପାରିବାରିକ ଜୀବନରେ ଆଦୌ ବାଧା ସୃଷ୍ଟି କରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri