ତେଲ ଦର ବୃଦ୍ଧିରୁ ମିଳିବନି ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୭ା୮

କରୋନା କାଳରେ ତେଲ ଦର ଶତକ ପାର କରିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି। ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ବେଳେ ପେଟ୍ରୋଲ,ଡିଜେଲ ଦର ମାତ୍ରାଧିକ ବୃଦ୍ଧି ଲୋକଙ୍କ ଲାଗି ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ଇନ୍ଧନ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରୁଥିବା ବୃହତ୍‌ ପରିମାଣର ଟିକସ ଯୋଗୁ ଏହାର ଦର ଖସୁନାହିଁ। ତେଲ ଦର କମାଇବା ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏପଟେ ନିକଟରେ ତାମିଲନାଡୁ ସରକାର ପେଟ୍ରୋଲ ଦର ୩ ଟଙ୍କା କମାଇ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଏହି ପ୍ରସଙ୍ଗରେ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୁହଁ ଖୋଲିଛନ୍ତି। ଏବେ ତେଲ ଦର କମିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କାରଣ ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ କରୁଥିବା ଉତ୍ପାଦ ଟିକସ ବର୍ତ୍ତମାନ କମାଇବେ ନାହିଁ। ଇନ୍ଧନ ଦର ମହଙ୍ଗା ହେବାରେ ପୂର୍ବର ଉପା ସରକାର ଦାୟୀ ବୋଲି ସୀତାରାମନ କହିଛନ୍ତି।
ଉପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ପୂର୍ବ ସରକାରଙ୍କ ବୋଝକୁ ଆମେ ବର୍ତ୍ତମାନ ବୋହୁଛୁ। ଏଭଳି ସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଟିକସ କମାଇବା ସମ୍ଭାବନା ବହୁତ କମ୍‌। ତାମିଲନାଡୁ ସରକାର ନିକଟରେ ପେଟ୍ରୋଲ ଉପରେ ୩ ଟଙ୍କା ହ୍ରାସ କରିଥିବା ବେଳେ କେନ୍ଦ୍ର ସରକାର ଟିକସ କମାଇବେ କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ସୀତାରାମନ ଏଭଳି ସ୍ପଷ୍ଟୀକରଣ ରଖିଥିବା ଜଣାପଡିଛି। ସୋମବାର ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି, ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ପେଟ୍ରୋଲିୟମ ପ୍ରଡକ୍ଟ ଦାମ କମ୍‌ କରିବା ଲାଗି ୧.୪୪ ଲକ୍ଷ କୋଟି ଟଙ୍କାର ଏକ ଅଏଲ ବଣ୍ଡ ଜାରି କରିଥିଲେ, ଯାହାକୁ ବର୍ତ୍ତମାନ ସରକାର ଶୁଝୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏଥି ବାବଦ ୧.୩୧ ଲକ୍ଷ କୋଟି ଟଙ୍କା ବକେୟା ରହିଛି। ୨୦୨୬ ଯାଏ ସରକାରଙ୍କୁ ଏଥିଲାଗି ୩୭,୩୪୦ କୋଟି ଟଙ୍କା ସୁଧ ଗଣିବାକୁ ପଡିବ। ଏଭଳି ସ୍ଥିତିରେ ଉତ୍ପାଦ ଟିକସ କମାଇ ତେଲ ଦର କମ୍‌ କରିବା କଷ୍ଟକର ବ୍ୟାପାର। ସେ ପୁଣି କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଅଏଲ ବଣ୍ଡ ସୁଧ ବାବଦକୁ କେନ୍ଦ୍ର ସରକାର ୭୦,୧୯୬ କୋଟି ଟଙ୍କା ପଇଠ କରିଛନ୍ତି। ୨୦୦୫ରୁ ୨୦୦୯ ମଧ୍ୟରେ ଅଏଲ ବଣ୍ଡ ଜାରି କରିବା ଦ୍ୱାରା ଉପା ସରକାର ଅର୍ଥ ସଂଗ୍ରହ କରିଥିଲେ। ସେହି ସମୟରେ ସରକାର ଜାରି କରିଥିବା ବଣ୍ଡ ଅର୍ଥ ବର୍ତ୍ତମାନ ସରକାରଙ୍କୁ ପଇଠ କରିବାକୁ ପଡୁଛି।
ଟିକସ ଯୋଗୁ
ତେଲ ଦର ୨ ଗୁଣା
ସାରା ଦେଶରେ ପେଟ୍ରୋଲର ମୂଳ ଦର ୪୧ ଟଙ୍କା ଏବଂ ଡିଜେଲ ୪୨ ଟଙ୍କା ରହିଛି। ମାତ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରୁଥିବା ବର୍ଦ୍ଧିତ ଟିକସ ଯୋଗୁ ପେଟ୍ରୋଲ ଦେଶର କିଛି ପ୍ରାନ୍ତରେ ଲିଟର ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୩୩ ଟଙ୍କା ଏବଂ ଡିଜେଲ ଉପରେ ୩୨ ଟଙ୍କାର ଉତ୍ପାଦ ଟିକସ ଲାଗୁ କରୁଛନ୍ତି। ସେହିଭଳି ରାଜ୍ୟ ସ୍ତରରେ ଭିନ୍ନ ଭିନ୍ନ ଭାଟ୍‌ ରହୁଛି। ଫଳରେ ପେଟ୍ରୋଲ ଏବଂ ଡିଜେଲର ରିଟେଲ ଦର ମୂଳ ଦର ବା ବେସ୍‌ ପ୍ରାଇସ ଠାରୁ ୨ ଗୁଣ ରହୁଛି। ଭାରତରେ ପେଟ୍ରୋଲ ଉପରେ ୫୬ ଟଙ୍କା ଏବଂ ଡିଜେଲ ଉପରେ ୪୫ ଟଙ୍କାର ଟିକସ ଦେବାକୁ ପଡୁଛି।
ଅଏଲ ବଣ୍ଡ କଣ?
କେନ୍ଦ୍ର ସରକାର ୨୦୦୫ରୁ ୨୦୦୯ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାର ଅଏଲ ବଣ୍ଡ୍‌ ଜାରି କରିଥିଲେ। ବଜାରରୁ ଅର୍ଥ ଉଠାଇ ସେହି ସମୟରେ ସ୍ଥିତିକୁ ନିୟନ୍ତ୍ରିତ କରାଯାଇଥିଲା। ବିଶ୍ୱ ବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତରେ ତେଲ ଦର ନିୟନ୍ତ୍ରଣ ବାହାରକୁ ଯାଇ ନ ଥିଲା। ଅପରପକ୍ଷରେ ଏକ ନିର୍ଦ୍ଦିଷ୍ଟ ଅବଧି ଲାଗି ଏହି ବଣ୍ଡ୍‌ ଜାରି କରାଯାଇଥିବାରୁ ସରକାରଙ୍କୁ ରାଜକୋଷରୁ ତୁରନ୍ତ ଅର୍ଥ ଲୋକଙ୍କୁ ଫେରାଇବାକୁ ପଡିନ ଥିଲା। ବିଶେଷ କରି ସେହି ସମୟରେ ସବ୍‌ସିଡିରେ ଲୋକଙ୍କୁ ଶସ୍ତାରେ ତେଲ ଯୋଗାଣ ଲାଗି ଏଭଳି ବ୍ୟବସ୍ଥା ହୋଇଥିଲା। ଏହାର ଅର୍ଥ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯାହାବି ହେଉ ସରକାର ନିଜ ହିସାବରେ ତେଲ ଦର ନିର୍ଦ୍ଧାରଣ କରୁଥିଲେ। ୨୦୦୮ର ବିଶ୍ୱ ମାନ୍ଦାବସ୍ଥା ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକର ସ୍ଥିତି ବିଗିଡିବାରୁ ଅଏଲ ବଣ୍ଡ ପରିବର୍ତ୍ତେ କମ୍ପାନୀ ସରକାରଙ୍କୁ କ୍ୟାଶ୍‌ ଦେବାକୁ କହିଲେ। ୨୦୧୦ରେ ଅଏଲ୍‌ ବଣ୍ଡ ପେମେଣ୍ଟ ସିଷ୍ଟମକୁ ବନ୍ଦ କରିଦିଆଗଲା। ୨୦୦୫ରୁ ୨୦୦୯ ମଧ୍ୟରେ ଯେଉଁ ବଣ୍ଡ୍‌ ଜାରି କରାଯାଇଥିଲା ତା’ର ଅବଧି ୨୦୨୨ରୁ ୨୦୨୬ ମଧ୍ୟରେ ପୂରଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri