ତେଲ ଦର ବୃଦ୍ଧିରୁ ମିଳିବନି ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୭ା୮

କରୋନା କାଳରେ ତେଲ ଦର ଶତକ ପାର କରିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି। ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ବେଳେ ପେଟ୍ରୋଲ,ଡିଜେଲ ଦର ମାତ୍ରାଧିକ ବୃଦ୍ଧି ଲୋକଙ୍କ ଲାଗି ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ଇନ୍ଧନ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରୁଥିବା ବୃହତ୍‌ ପରିମାଣର ଟିକସ ଯୋଗୁ ଏହାର ଦର ଖସୁନାହିଁ। ତେଲ ଦର କମାଇବା ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏପଟେ ନିକଟରେ ତାମିଲନାଡୁ ସରକାର ପେଟ୍ରୋଲ ଦର ୩ ଟଙ୍କା କମାଇ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଏହି ପ୍ରସଙ୍ଗରେ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୁହଁ ଖୋଲିଛନ୍ତି। ଏବେ ତେଲ ଦର କମିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କାରଣ ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ କରୁଥିବା ଉତ୍ପାଦ ଟିକସ ବର୍ତ୍ତମାନ କମାଇବେ ନାହିଁ। ଇନ୍ଧନ ଦର ମହଙ୍ଗା ହେବାରେ ପୂର୍ବର ଉପା ସରକାର ଦାୟୀ ବୋଲି ସୀତାରାମନ କହିଛନ୍ତି।
ଉପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ପୂର୍ବ ସରକାରଙ୍କ ବୋଝକୁ ଆମେ ବର୍ତ୍ତମାନ ବୋହୁଛୁ। ଏଭଳି ସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଟିକସ କମାଇବା ସମ୍ଭାବନା ବହୁତ କମ୍‌। ତାମିଲନାଡୁ ସରକାର ନିକଟରେ ପେଟ୍ରୋଲ ଉପରେ ୩ ଟଙ୍କା ହ୍ରାସ କରିଥିବା ବେଳେ କେନ୍ଦ୍ର ସରକାର ଟିକସ କମାଇବେ କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ସୀତାରାମନ ଏଭଳି ସ୍ପଷ୍ଟୀକରଣ ରଖିଥିବା ଜଣାପଡିଛି। ସୋମବାର ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି, ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ପେଟ୍ରୋଲିୟମ ପ୍ରଡକ୍ଟ ଦାମ କମ୍‌ କରିବା ଲାଗି ୧.୪୪ ଲକ୍ଷ କୋଟି ଟଙ୍କାର ଏକ ଅଏଲ ବଣ୍ଡ ଜାରି କରିଥିଲେ, ଯାହାକୁ ବର୍ତ୍ତମାନ ସରକାର ଶୁଝୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏଥି ବାବଦ ୧.୩୧ ଲକ୍ଷ କୋଟି ଟଙ୍କା ବକେୟା ରହିଛି। ୨୦୨୬ ଯାଏ ସରକାରଙ୍କୁ ଏଥିଲାଗି ୩୭,୩୪୦ କୋଟି ଟଙ୍କା ସୁଧ ଗଣିବାକୁ ପଡିବ। ଏଭଳି ସ୍ଥିତିରେ ଉତ୍ପାଦ ଟିକସ କମାଇ ତେଲ ଦର କମ୍‌ କରିବା କଷ୍ଟକର ବ୍ୟାପାର। ସେ ପୁଣି କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଅଏଲ ବଣ୍ଡ ସୁଧ ବାବଦକୁ କେନ୍ଦ୍ର ସରକାର ୭୦,୧୯୬ କୋଟି ଟଙ୍କା ପଇଠ କରିଛନ୍ତି। ୨୦୦୫ରୁ ୨୦୦୯ ମଧ୍ୟରେ ଅଏଲ ବଣ୍ଡ ଜାରି କରିବା ଦ୍ୱାରା ଉପା ସରକାର ଅର୍ଥ ସଂଗ୍ରହ କରିଥିଲେ। ସେହି ସମୟରେ ସରକାର ଜାରି କରିଥିବା ବଣ୍ଡ ଅର୍ଥ ବର୍ତ୍ତମାନ ସରକାରଙ୍କୁ ପଇଠ କରିବାକୁ ପଡୁଛି।
ଟିକସ ଯୋଗୁ
ତେଲ ଦର ୨ ଗୁଣା
ସାରା ଦେଶରେ ପେଟ୍ରୋଲର ମୂଳ ଦର ୪୧ ଟଙ୍କା ଏବଂ ଡିଜେଲ ୪୨ ଟଙ୍କା ରହିଛି। ମାତ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରୁଥିବା ବର୍ଦ୍ଧିତ ଟିକସ ଯୋଗୁ ପେଟ୍ରୋଲ ଦେଶର କିଛି ପ୍ରାନ୍ତରେ ଲିଟର ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୩୩ ଟଙ୍କା ଏବଂ ଡିଜେଲ ଉପରେ ୩୨ ଟଙ୍କାର ଉତ୍ପାଦ ଟିକସ ଲାଗୁ କରୁଛନ୍ତି। ସେହିଭଳି ରାଜ୍ୟ ସ୍ତରରେ ଭିନ୍ନ ଭିନ୍ନ ଭାଟ୍‌ ରହୁଛି। ଫଳରେ ପେଟ୍ରୋଲ ଏବଂ ଡିଜେଲର ରିଟେଲ ଦର ମୂଳ ଦର ବା ବେସ୍‌ ପ୍ରାଇସ ଠାରୁ ୨ ଗୁଣ ରହୁଛି। ଭାରତରେ ପେଟ୍ରୋଲ ଉପରେ ୫୬ ଟଙ୍କା ଏବଂ ଡିଜେଲ ଉପରେ ୪୫ ଟଙ୍କାର ଟିକସ ଦେବାକୁ ପଡୁଛି।
ଅଏଲ ବଣ୍ଡ କଣ?
କେନ୍ଦ୍ର ସରକାର ୨୦୦୫ରୁ ୨୦୦୯ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାର ଅଏଲ ବଣ୍ଡ୍‌ ଜାରି କରିଥିଲେ। ବଜାରରୁ ଅର୍ଥ ଉଠାଇ ସେହି ସମୟରେ ସ୍ଥିତିକୁ ନିୟନ୍ତ୍ରିତ କରାଯାଇଥିଲା। ବିଶ୍ୱ ବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତରେ ତେଲ ଦର ନିୟନ୍ତ୍ରଣ ବାହାରକୁ ଯାଇ ନ ଥିଲା। ଅପରପକ୍ଷରେ ଏକ ନିର୍ଦ୍ଦିଷ୍ଟ ଅବଧି ଲାଗି ଏହି ବଣ୍ଡ୍‌ ଜାରି କରାଯାଇଥିବାରୁ ସରକାରଙ୍କୁ ରାଜକୋଷରୁ ତୁରନ୍ତ ଅର୍ଥ ଲୋକଙ୍କୁ ଫେରାଇବାକୁ ପଡିନ ଥିଲା। ବିଶେଷ କରି ସେହି ସମୟରେ ସବ୍‌ସିଡିରେ ଲୋକଙ୍କୁ ଶସ୍ତାରେ ତେଲ ଯୋଗାଣ ଲାଗି ଏଭଳି ବ୍ୟବସ୍ଥା ହୋଇଥିଲା। ଏହାର ଅର୍ଥ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯାହାବି ହେଉ ସରକାର ନିଜ ହିସାବରେ ତେଲ ଦର ନିର୍ଦ୍ଧାରଣ କରୁଥିଲେ। ୨୦୦୮ର ବିଶ୍ୱ ମାନ୍ଦାବସ୍ଥା ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକର ସ୍ଥିତି ବିଗିଡିବାରୁ ଅଏଲ ବଣ୍ଡ ପରିବର୍ତ୍ତେ କମ୍ପାନୀ ସରକାରଙ୍କୁ କ୍ୟାଶ୍‌ ଦେବାକୁ କହିଲେ। ୨୦୧୦ରେ ଅଏଲ୍‌ ବଣ୍ଡ ପେମେଣ୍ଟ ସିଷ୍ଟମକୁ ବନ୍ଦ କରିଦିଆଗଲା। ୨୦୦୫ରୁ ୨୦୦୯ ମଧ୍ୟରେ ଯେଉଁ ବଣ୍ଡ୍‌ ଜାରି କରାଯାଇଥିଲା ତା’ର ଅବଧି ୨୦୨୨ରୁ ୨୦୨୬ ମଧ୍ୟରେ ପୂରଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri