ସୋଭିଏଟ୍‌ ସଂଘର ଶେଷ ଶାସକ ମିଖାଇଲ ଗୋର୍ବାଚେଭ୍‌ଙ୍କ ପରଲୋକ

ମସ୍କୋ, ୩୧ା୮:ସୋଭିଏତ ସଂଘର ଶେଷ ଶାସକ ମିଖାଇଲ ଗୋର୍ବାଚେଭ ପରଲୋକ ହୋଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ବିଂଶତମ ଶତାବ୍ଦୀରେ ଗୋର୍ବାଚେଭ୍‌ ସବୁଠୁ ପ୍ରଭାବଶାଳୀଙ୍କ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଥିଲେ। ବିନା ରକ୍ତପାତରେ ଆମେରିକା ଓ ସୋଭିଏଟ୍‌ ସଂଘ ମଧ୍ୟରେ ଶୀତଳ ଯୁଦ୍ଧର ଅନ୍ତ ଘଟାଇ ସେ ଚର୍ଚ୍ଚିତ ହୋଇଥିଲେ। ୧୯୮୫ରୁ ୧୯୯୧ ପର୍ଯ୍ୟନ୍ତ ସେ ସୋଭିଏଟ୍‌ ସଂଘର ରାଷ୍ଟ୍ରପତି ରହିଥିଲେ। ତାଙ୍କ ଶାସନ କାଳରେ ହିଁ ୧୯୯୧ ଡିସେମ୍ବର ୨୫େରେ ସୋଭିଏଟ୍‌ ୟୁନିୟନର ବିଲୟ ଘଟି ୧୫ ଦେଶରେ ବାଣ୍ଟି ହୋଇଯାଇଥିଲା। ୧୯୯୦ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଗୋର୍ବାଚେଭ୍‌ଙ୍କ ପରଲୋକରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସମେତ ବିଶ୍ୱନେତାମାନେ ଶୋକବ୍ୟକ୍ତ କରିଛନ୍ତି।

Share