ସ୍ବୟଂବର ରଚିବେ ମିକା

ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍‌ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ ଏବେ ବି ଅବିବାହିତ ଅଛନ୍ତି। ତେବେ ସେ ଏବେ ସ୍ବୟବଂର ରଚିବାକୁ ନିଷ୍ପତ୍ତି ନେଇଛନ୍ତି। ରାଖୀ ସାୱନ୍ତଙ୍କ ପରେ ମିକା ମଧ୍ୟ ଜାତୀୟ ଟେଲିଭିଜନରେ ସ୍ବୟଂବର କରୁଥିବା ଦେଖିବାକୁ ମିଳିବ। ଏହାପୂର୍ବରୁ ରତନ ରାଜପୁତ ଏବଂ ମଲ୍ଲିକା ଶେରାୱତ ମଧ୍ୟ ସ୍ବୟବଂର କରିଛନ୍ତି। ଏହି ସୋ ପୂର୍ବ ଶୋ ସହିତ ସମାନ ହେବ।ଏହି ଶୋ କିଛି ମାସ ମଧ୍ୟରେ ଆରମ୍ଭ ହେବ। ମିକା ସିଂ ଶୋ’ରେ ବିବାହ କରିବେ ନାହିଁ, ସେ ସେଠାରେ ନିର୍ବନ୍ଧ କରିବେ ଏବଂ ସମ୍ପର୍କକୁ ସେଠାରୁ ଆଗକୁ ନେଇଯିବେ। ଏଥିରେ ଅଂଶଗ୍ରହଣ କରିବାକୁ ମିକା ବହୁତ ଉତ୍ସାହିତ ଅଛନ୍ତି। ଏହି ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଭାରତର ବିଭିନ୍ନ ସ୍ଥାନରୁ ଆସିଛନ୍ତି। ଏହାପୂର୍ବରୁ, ଏହି ଶୋ ବିଷୟରେ ଅନେକ ପ୍ରଶ୍ନ ଚିହ୍ନ ମଧ୍ୟ ଉଠିଛି । ଏହା ପଛର କାରଣ ହେଉଛି ରତନ ରାଜପୁତ, ରାଖୀ ସାୱନ୍ତ କିମ୍ବା ମଲ୍ଲିକା ଶେରୱତଙ୍କ ମଧ୍ୟରୁ କେହି ନିଜ ସାଥୀଙ୍କୁ ବିବାହ କରିନାହାଁନ୍ତି। ଯଦିଓ ରାହୁଲ ମହାଜନ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ ଏବଂ ଦୁହେଁ ମଧ୍ୟ ୫ ବର୍ଷ ଏକାଠି ରହୁଥିଲେ ଏବଂ ଏହା ପରେ ଦୁହେଁ ୨୦୧୫ ରେ ଅଲଗା ହୋଇଥିଲେ।

Share