ସ୍ବୟଂମ୍ବର କରି କନିଆଁ ଖୋଜିବେ ମିକା

ବମ୍ବେ: ବିବାହ କରିବାକୁ ମନ ବଳାଇଛନ୍ତି ଖ୍ୟାତନାମା ଗାୟକ ମିକା ସିଂ। ଖୁବ୍‌ଶୀଘ୍ର ତାଙ୍କୁ ‘ସ୍ବୟଂମ୍ବର- ମିକା ଦି ବୋଟି’ରେ ଦେଖିବାକୁ ମିଳିବ। ଏହି ଶୋ’ରେ ସେ ନିଜର ଜୀବନସାଥୀ ଖୋଜିବେ।

ସମସ୍ତଙ୍କ ଭଳି ସେ ନିଜର ସାଥୀଙ୍କ ମଧ୍ୟରେ ଅନେକ କିଛି ଗୁଣ ଖୋଜୁଛନ୍ତି। ଯିଏ ବୁଦ୍ଧିମାନ ହୋଇଥିବ, ଉତ୍ତମ ବୁଝାମଣା ବିଶିଷ୍ଟ ହୋଇଥିବ ସେଭଳି ଝିଅଟିଏ ତାଙ୍କୁ ଲୋଡା। ସେ ଜଣେ ଗାୟକ ହୋଇଥିବାରୁ ତାଙ୍କର କାମ ପ୍ରତି ଭଲପାଇବା ରହିବା ଆବଶ୍ୟକ।

କହିରଖୁଛୁ, ଦୀର୍ଘଦିନରୁ ମିକାଙ୍କ ପରିବାରଲୋକେ ବୋହୂଟିଏ ଖୋଜୁଥିଲେ। ହେଲେ ମିକା ସେଥିପ୍ରତି ଧ୍ୟାନ ଦେଉ ନ ଥିଲେ। ଏବେ ସେଭଳି ଏକ ସୁଯୋଗ ମିଳିବା ପରେ ସେ ପରିବାରଲୋକଙ୍କ ସହ କଥା ହୋଇଥିଲେ। ସେଠାରୁ ସମ୍ମତି ମିଳିବାରୁ ମିକା ଏବେ ନିଜ ପାଇଁ କନିଆଁ ଖୋଜିବାକୁ ବାହାରିପଡ଼ିଛନ୍ତି। ଆଗାମୀ ଦିନରେ ସେ ଭାଗ୍ୟବତୀ କିଏ ହେବ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Share