ମିଗୁଏଲ୍‌ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ନୂଆ ନେତା

ହାଭାନା, ୨୦।୪: କ୍ୟୁବା କମ୍ୟୁନିଷ୍ଟ ପାର୍ଟି ନେତା ପଦରୁ ରାଉଲ କାଷ୍ଟ୍ରୋଙ୍କ ଅବସର ପରେ ସୋମବାର ଦଳ ମିଗୁଏଲ୍‌ ଡିଆଜ୍‌-କାନେଲଙ୍କୁ ନୂଆ ନେତା ବାଛିଛି। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ଶେଷ ଦିନରେ ଏହି ନିଷ୍ପତ୍ତି ନିଆଯାଇଛି। ୬୧ ବର୍ଷୀୟ ମିଗୁଏଲ୍‌ ୨୦୧୯ରୁ କ୍ୟୁବାର ରାଷ୍ଟ୍ରପତି ରହିବା ସହ ୨୦୧୮ରୁ କ୍ୟୁବା କାଉନସିଲ୍‌ ଅଫ୍‌ ଷ୍ଟେଟ୍‌ର ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ସେ ୨୦୧୩ରୁ ୨୦୧୮ ଉପରାଷ୍ଟ୍ରପତି ଥିଲେ। ୨୦୦୩ରୁ ସେ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ରହିଛନ୍ତି। ୨୦୦୯ରୁ ୨୦୧୨ ମିଗୁଏଲ୍‌ କ୍ୟୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୫୯ରୁ କ୍ୟୁବାକୁ କାଷ୍ଟ୍ରୋ ଭ୍ରାତା ଶାସନ କରି ଆସୁଥିଲେ। ଗତ ଶନିବାର ରାଉଲଙ୍କ ଅବସର ପରେ ସେଠାରେ କାଷ୍ଟ୍ରୋ ଯୁଗର ଅବସାନ ଘଟିଛି।

Share