ବିପଦରେ ବିଦେଶୀ ବିହଙ୍ଗ

ଢେଙ୍କାନାଳ ଅଫିସ, ୬।୧: ପ୍ରବାସୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ନଦୀପଠା, ଜଳାଶୟ। ଆର୍ଦ୍ରଭୂମି ଅଞ୍ଚଳରେ ଦଳଦଳ ହୋଇ ବିଚରଣ କରୁଛନ୍ତି ବିଦେଶୀ ବିହଙ୍ଗ। ଏହାର ସୁଯୋଗରେ ସକ୍ରିୟ ହୋଇଉଠିଛନ୍ତି ମାଂସଲୋଭୀ ଶିକାରୀ। ଖାଦ୍ୟଶସ୍ୟରେ ବିଷଦେଇ ସେମାନେ କରୁଛନ୍ତି ପକ୍ଷୀ ଶିକାର। ଏହାକୁ ନେଇ
ପ୍ରବାସୀ ଅତିଥିଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଥିବାବେଳେ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ବନ ବିଭାଗ।
ଦୀର୍ଘବର୍ଷ ହେଲା ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି ଅବବାହିକା ପାଲଟିଛି ପ୍ରବାସୀ ପକ୍ଷୀଙ୍କ ସମାଗମର ସ୍ଥଳ। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଉତ୍ତର ଆଫ୍ରିକା, ଦକ୍ଷିଣ ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରୁ ଏଠାକୁ ବହୁ ପକ୍ଷୀ ଆସିଥାଆନ୍ତି। ବ୍ରାହ୍ମିନୀ ଡକ୍‌ (ରୁଡି ସେଲ୍‌ଡକ୍‌), ସାଇବେରିଆନ ଚଢ଼େଇ, ଗେଣ୍ଡାଳିଆ ମାଂସର ଚାହିଦା ଆଞ୍ଚଳିକ ବଜାରରେ ଅଧିକ ରହୁଥିବାରୁ ଶିକାରୀ ସକ୍ରିୟ ହୋଇଉଠିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା, ସିଧାସଳଖ ଫାଶବସାଇ ଶିକାର କଲେ ଧରାପଡ଼ିବା ଭୟ ରହୁଥିବାରୁ ଶିକାରୀମାନେ ଧାନ, ମୁଗ, ବିରି ଭଳି ଶସ୍ୟଜାତୀୟ ଖାଦ୍ୟରେ ବିଷ ପ୍ରୟୋଗ କରୁଛନ୍ତି। ଏହାକୁ ଖାଇ ପ୍ରବାସୀ ପକ୍ଷୀମାନେ ମୃତ୍ୟୁମୁଖରେ ପଡୁଛନ୍ତି। ମଲାପକ୍ଷୀଙ୍କ ମାଂସ ବିକ୍ରି କରି ସେମାନେ ଲାଭବାନ ହେଉଛନ୍ତି। ସଦର ଥାନା ନାଗେନା ନିକଟସ୍ଥ ବ୍ରାହ୍ମଣୀ ନଦୀ ଅବବାହିକାରେ ଗତ ରବିବାର ଏବଂ ସୋମବାର ବହୁ ପକ୍ଷୀଙ୍କ ଶିକାର କରାଯାଇଛି। କେବଳ ଏତିକି ନୁହେଁ, ବିଷମିଶା ଖାଦ୍ୟ ବ୍ରାହ୍ମଣୀ କଇଁଛଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ନଦୀବାଲିରେ ଦୁଇ କଇଁଛ ସମେତ ପକ୍ଷୀ ମରିପଡ଼ିଥିବା ସୂଚନା ମିଳିବା ପରେ ଜିଲା ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ତନାଘନା କରିବା ସମୟରେ କୌଣସି ମୃତପକ୍ଷୀ ମିଳିନାହିଁ। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପକ୍ଷୀ ଶିକାର କରାଯାଉଥିବା ଅଭିଯୋଗ ମିଳିବା ପରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ନଦୀର ଅପରପାର୍ଶ୍ୱରୁ ଶିକାରୀମାନେ ଆସି ପକ୍ଷୀ ଶିକାର କରୁଥିବା ସନ୍ଦେହ କରାଯାଉଛି। ପ୍ରବାସୀ ପକ୍ଷୀ ସମାଗମ ହେଉଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri