ବିପଦରେ ବିଦେଶୀ ବିହଙ୍ଗ

ଢେଙ୍କାନାଳ ଅଫିସ, ୬।୧: ପ୍ରବାସୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ନଦୀପଠା, ଜଳାଶୟ। ଆର୍ଦ୍ରଭୂମି ଅଞ୍ଚଳରେ ଦଳଦଳ ହୋଇ ବିଚରଣ କରୁଛନ୍ତି ବିଦେଶୀ ବିହଙ୍ଗ। ଏହାର ସୁଯୋଗରେ ସକ୍ରିୟ ହୋଇଉଠିଛନ୍ତି ମାଂସଲୋଭୀ ଶିକାରୀ। ଖାଦ୍ୟଶସ୍ୟରେ ବିଷଦେଇ ସେମାନେ କରୁଛନ୍ତି ପକ୍ଷୀ ଶିକାର। ଏହାକୁ ନେଇ
ପ୍ରବାସୀ ଅତିଥିଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଥିବାବେଳେ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ବନ ବିଭାଗ।
ଦୀର୍ଘବର୍ଷ ହେଲା ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି ଅବବାହିକା ପାଲଟିଛି ପ୍ରବାସୀ ପକ୍ଷୀଙ୍କ ସମାଗମର ସ୍ଥଳ। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଉତ୍ତର ଆଫ୍ରିକା, ଦକ୍ଷିଣ ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରୁ ଏଠାକୁ ବହୁ ପକ୍ଷୀ ଆସିଥାଆନ୍ତି। ବ୍ରାହ୍ମିନୀ ଡକ୍‌ (ରୁଡି ସେଲ୍‌ଡକ୍‌), ସାଇବେରିଆନ ଚଢ଼େଇ, ଗେଣ୍ଡାଳିଆ ମାଂସର ଚାହିଦା ଆଞ୍ଚଳିକ ବଜାରରେ ଅଧିକ ରହୁଥିବାରୁ ଶିକାରୀ ସକ୍ରିୟ ହୋଇଉଠିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା, ସିଧାସଳଖ ଫାଶବସାଇ ଶିକାର କଲେ ଧରାପଡ଼ିବା ଭୟ ରହୁଥିବାରୁ ଶିକାରୀମାନେ ଧାନ, ମୁଗ, ବିରି ଭଳି ଶସ୍ୟଜାତୀୟ ଖାଦ୍ୟରେ ବିଷ ପ୍ରୟୋଗ କରୁଛନ୍ତି। ଏହାକୁ ଖାଇ ପ୍ରବାସୀ ପକ୍ଷୀମାନେ ମୃତ୍ୟୁମୁଖରେ ପଡୁଛନ୍ତି। ମଲାପକ୍ଷୀଙ୍କ ମାଂସ ବିକ୍ରି କରି ସେମାନେ ଲାଭବାନ ହେଉଛନ୍ତି। ସଦର ଥାନା ନାଗେନା ନିକଟସ୍ଥ ବ୍ରାହ୍ମଣୀ ନଦୀ ଅବବାହିକାରେ ଗତ ରବିବାର ଏବଂ ସୋମବାର ବହୁ ପକ୍ଷୀଙ୍କ ଶିକାର କରାଯାଇଛି। କେବଳ ଏତିକି ନୁହେଁ, ବିଷମିଶା ଖାଦ୍ୟ ବ୍ରାହ୍ମଣୀ କଇଁଛଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ନଦୀବାଲିରେ ଦୁଇ କଇଁଛ ସମେତ ପକ୍ଷୀ ମରିପଡ଼ିଥିବା ସୂଚନା ମିଳିବା ପରେ ଜିଲା ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ତନାଘନା କରିବା ସମୟରେ କୌଣସି ମୃତପକ୍ଷୀ ମିଳିନାହିଁ। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପକ୍ଷୀ ଶିକାର କରାଯାଉଥିବା ଅଭିଯୋଗ ମିଳିବା ପରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ନଦୀର ଅପରପାର୍ଶ୍ୱରୁ ଶିକାରୀମାନେ ଆସି ପକ୍ଷୀ ଶିକାର କରୁଥିବା ସନ୍ଦେହ କରାଯାଉଛି। ପ୍ରବାସୀ ପକ୍ଷୀ ସମାଗମ ହେଉଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ 5 ପ୍ରଶ୍ନ, କହିଲେ ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି

ଭୁବନେଶ୍ବର,୧୩।୧୨: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ପ୍ରଶ୍ନ ଉଠାଇଛନ୍ତି । ମହାନଦୀ ସଂକଟର ସମାଧାନ କେବେ ହେବ ବୋଲି ସେ ପ୍ରଶ୍ନ...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର! ଭାରତରେ ଲଞ୍ଚ ହେଲା ଔଷଧ, ଦାମ୍…

ନୂଆଦିଲ୍ଲୀ,୧୩।୧୨: ବର୍ତ୍ତମାନ ସମୟରେ ଡାଇବେଟିସ ଏକ ମୁଣ୍ଡବ୍ୟଥା କାରଣ ସାଜିଛି । ସବୁ ବୟସର ଲୋକେ ଏହି ରୋଗରେ ପୀଡିତ ହେଉଛନ୍ତି । ହେଲେ ଏହାରି...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri