ଲକଡାଉନ୍ ଭୟ, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ,୮ ।୧: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ଏହା ଶୀର୍ଷ ଛୁଇଁବ । ଏପଟେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କଟକଣା ଲାଗୁ କରି ସାରିଲେଣି । ରାଜଧାନୀ ଦିଲ୍ଲୀରେ ସପ୍ତାହିକ କର୍ଫ୍ୟୁ ସହ ନାଇଟ୍ କର୍ଫ୍ୟୁ ବି ଲାଗୁ କରାଯାଇଥିବା ବେଳେ କରୋନା କଟକଣାକୁ କଡାକଡି କରାଯାଇଛି । ଏବେ ଏହାକୁ ଦେଖି ପ୍ରବାସୀ ଶ୍ରମିକମାନେ ଭୟଭୀତ ହୋଇ ଯାଇଛନ୍ତି । ମନରେ ଭୟ ଆଗକୁ ସ୍ଥିତି ଅସମ୍ଭାଳ ହେଲେ ଲକଡାଉନ କଟକଣା ଲାଗିପାରେ । ଯାହା ଗତବର୍ଷ ହୋଇଥିଲା । ଏହି ସମୟରେ ଗରିବମାନେ ରୋଜଗାର ହରାଇବା ସହ ବଡ କଷ୍ଟରେ ନିଜ ନିଜ ଘରକୁ ଫେରିଥିଲେ । ତେଣୁ ଆଗକୁ ଲକଡାଉନକୁ ସାମ୍ନା କରିବା ପୂର୍ବରୁ ପ୍ରବାସୀମାନେ ଘରମୁହାଁ ହୋଇଥିବା ଦେଖାଯାଉଛି ।

Share