Categories: ଜାତୀୟ

ପ୍ରବାସୀ ଶ୍ରମିକ ଭାରତକୁ ପଠାଇଛନ୍ତି ସର୍ବାଧିକ ଟଙ୍କା: ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ,୫।୧୨ : ଅନ୍ୟ ଦେଶ ତୁଳନାରେ ଦେଶକୁ ଟଙ୍କା ପଠାଇବାରେ ପ୍ରବାସୀ ଭାରତୀୟ ଶ୍ରମିକମାନେ ଆଗରେ ରହିଛନ୍ତି। ବିଶ୍ୱବ୍ୟାଙ୍କର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଭାରତର ଟଙ୍କା ୧୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଗତ ବର୍ଷ ତୁଳନାରେ ଏହା ୭.୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇପାରେ। ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମସିହାରେ ଭାରତକୁ ୮୯.୪ ବିଲିୟନ ଟଙ୍କା ପ୍ରବାସୀ ଭାରତୀୟ ଶ୍ରମିକମାନେ ପଠାଇଥିଲେ।

ଏଥି ସହିତ ଚଳିତ ବର୍ଷ ଭାରତ, ମେକ୍ସିକୋ, ଚାଇନ, ଫିଲିପାଇନ୍ସ, ଇଜିପ୍ଟ ଏବଂ ପାକିସ୍ଥାନ ପ୍ରବାସୀ ଶ୍ରମିକମାନେ ଟଙ୍କା ପଠାଇଥିବା ଦଶଟି ଦେଶରେ ମଧ୍ୟରେ ରହିବାର ଆଶା ରହିଛି। ଏଥିରେ ମେକ୍ସିକୋକୁ ୬୦ ବିଲିୟନ ଡଲାର, ଚାଇନାକୁ ୫୧ ବିଲିୟନ ଡଲାର, ଫିଲିପାଇନ୍ସକୁ ୩୮ ବିଲିୟନ ଡଲାର, ଇଜିପ୍ଟକୁ ୩୨ ବିଲିୟନ ଡଲାର ଏବଂ ପାକିସ୍ଥାନକୁ ୨୯ ବିଲିୟନ ଡଲାର ଆସିବ ବୋଲି ରିମିଟାନ୍ସ ପକ୍ଷରୁ ଆଶା କରାଯାଉଛି।

ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କୁହାଯାଇଛି ଯେ ଆଞ୍ଚଳିକ ସ୍ତରରେ ଦକ୍ଷିଣ ଏସିଆରେ ପ୍ରବାସୀ ଶ୍ରମିକ ଟଙ୍କା ପଠାଇବା ପ୍ରାୟ ୩.୫ ପ୍ରତିଶତ ବୃଦ୍ଧି ହୋଇ ଚଳିତ ବର୍ଷ ୧୬୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ତଥାପି, ସମସ୍ତ ଦେଶ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି। ଭାରତକୁ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ପଠାଯାଇଥିବା ପରିମାଣ ୧୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ନେପାଳକୁ ପଠାଯାଇଥିବା ଅର୍ଥ ମାତ୍ର ଚାରି ପ୍ରତିଶତ ବୃଦ୍ଧି ପାଇଛି। ଏହା ବ୍ୟତୀତ ଶ୍ରୀଲଙ୍କା, ପାକିସ୍ଥାନ ଏବଂ ବାଂଲାଦେଶରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ହେବାର ଆଶଙ୍କା ରହିଛି।

Share