Posted inଫୁରସତ

ପାହାଡ଼ କାଟି ପ୍ରବାସୀଙ୍କ ଜଳ ସଂରକ୍ଷଣ

ଭୋପାଳ: କରୋନା ମହାମାରୀ ଅନେକ ଜୀବନ ନେଇଛି। ବହୁ ପରିବାର ଉଜାଡ଼ିଦେଇଛି। ହେଲେ ଏହି ମହାମାରୀ ପରିସ୍ଥିତିରେ ଅନେକ ସ୍ଥାନରୁ ଭଲ ଖବର ମଧ୍ୟ ଆସୁଛି। କରୋନା ପରିସ୍ଥିତି ମଧ୍ୟପ୍ରଦେଶର ଛତର୍‌ପୁର ଜିଲା ବଡ଼ମାଲେହରା ବ୍ଲକ୍‌ ଅନ୍ତର୍ଗତ ଆଗ୍ରୋଥା ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଦୀର୍ଘଦିନ ଧରି କାମଧନ୍ଦା ବନ୍ଦ ଯୋଗୁ ପ୍ରବାସୀ ଶ୍ରମିକମାନେ ଗାଁରେ ଅଛନ୍ତି। ଏହି ସମୟର ସଦୁପଯୋଗକରି ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଏବଂ ଗ୍ରାମବାସୀ ମିଶି ପାହାଡ଼ କାଟି ୧୦୦ ଏକର ଜମି ଲାଗି ଏକ ପୋଖରୀରେ ଜଳ ସଂରକ୍ଷଣ ସୁବିଧା କରିବାରେ ସଫଳ ହୋଇଛନ୍ତି। ଏହା ମରୁଡ଼ିପ୍ରବଣ ବୁନ୍ଦେଲଖଣ୍ଡ ଅଞ୍ଚଳର ୫ହଜାର ଗ୍ରାମବାସୀଙ୍କ ପାଇଁ ସହାୟକ ହୋଇପାରିବ। ୧୦ବର୍ଷ ତଳେ ବୁନ୍ଦେଲଖଣ୍ଡ ପ୍ରକଳ୍ପ ଜରିଆରେ ବହୁ ପରିମାଣର ଅର୍ଥ ବ୍ୟୟରେ ଉକ୍ତ ପୋଖରୀ ମରାମତି କାର୍ଯ୍ୟ କରାଯାଇଥିଲା। ଜଳ ସଂରକ୍ଷଣ ପାଇଁ ପୋଖରୀ ଦୁଇ ପାର୍ଶ୍ୱରେ ସୁରକ୍ଷା ବାଡ଼ ନିର୍ମାଣ କରାଯାଇଥିଲା। ତଥାପି ଭଲ ବର୍ଷା ସତ୍ତ୍ୱେ ପୋଖରୀଟି ପୂର୍ଣ୍ଣ ହୋଇପାରୁ ନାହିଁ। କାରଣ ଜଙ୍ଗଲରୁ ଆସୁଥିବା ଜଳ ପାହାଡ଼ ଉପର ଦେଇ ପୋଖରୀରେ ପହଞ୍ଚିପାରି ନ ଥାଏ। ଫଳରେ ଅଞ୍ଚଳବାସୀ ଜଳକଷ୍ଟ ଭୋଗିଥାନ୍ତି। ତେବେ ଲକ୍‌ଡାଉନ ସୁଯୋଗରେ ଗାଁ ପାଣି ପଞ୍ଚାୟତ ସମିତି ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗାଁକୁ ଫେରିଥିବା ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ସହଯୋଗକରି ଏପ୍ରିଲରେ କାମ ଆରମ୍ଭ କରିଥିଲେ। ପୋଖରୀ ପଛରେ ରହିଥିବା ଏକ ବଡ଼ ପଥର ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିଲା। ଏହି ପାହାଡ଼ର ପଥର କାଟିବା ପାଇଁ ମେଶିନ ମଧ୍ୟ ବ୍ୟବହାର କରାଯାଇଥିବା କାମରେ ନିୟୋଜିତ ଜଣେ ଗ୍ରାମବାସୀ ପ୍ରକାଶ କରିଛନ୍ତି। ୧୦ବର୍ଷ ତଳେ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ମଧ୍ୟ ଠିକାଦାରଙ୍କୁ ପର୍ବତ କାଟିବା ପାଇଁ ଗ୍ରାମବାସୀ କହିଥଲେ। କିନ୍ତୁ ତାହା ବୃଥା ହୋଇଥିଲା ବୋଲି ସେ କହିଛନ୍ତି। ଗ୍ରାମବାସୀଙ୍କ ପ୍ରଚେଷ୍ଟାର ପ୍ରଶଂସା କରି ବଡ଼ମାଲେହରା ଜନପଦ ପଞ୍ଚାୟତର ସିଇଓ ଅଜୟ ସିଂ କହିଛନ୍ତି, ପ୍ରାୟ ୧୫ଶହ ପ୍ରବାସୀ ବ୍ଲକ୍‌କୁ ଫେରିଥିଲେ। ସେମାନଙ୍କୁ ଜଳ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଜୁନ୍‌ରେ ଭଲ ବର୍ଷା ହେବାପରେ ଏହି ପୋଖରୀରେ କିଛିମାତ୍ରାରେ ପାଣି ପୂର୍ଣ୍ଣ ହୋଇଛି। ତେବେ ମୌସୁମୀ ବର୍ଷାରେ ପାଣି ତଳକୁ ଆସି ପୋଖରୀରେ ଭରିହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri