Categories: ଜାତୀୟ

ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ: ୨ପାଇଲଟ ଶହୀଦ

ଜୟପୁର, ୨୮ା୭: ଭାରତୀୟ ବାୟୁସେନା(ଆଇଏଏଫ୍‌)ର ଏକ ମିଗ୍‌-୨୧ ଯୁଦ୍ଧବିମାନ ରାଜସ୍ଥାନର ବାର୍ମର ଜିଲାରେ ଗୁରୁବାର ରାତି ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ପାଇଲଟଙ୍କ ମୃତ୍ୟୁ ହୋଇଛି। ବାୟଟୋର ଭିମ୍‌ଦା ଗ୍ରାମରେ ବିମାନଟି ଖସିପଡ଼ିଥିବା ନେଇ ଜିଲାପାଳ ଲୋକ ବନ୍ଧୁ ସୂଚନା ଦେଇଛନ୍ତି। ଖବରପାଇ ଜିଲାପାଳ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ଆଇଏଏଫ୍‌ର ଚିଫ୍‌ ମାର୍ଶଲ ଭି. ଆର୍‌. ଚୌଧୁରୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ଏହାର ଭଗ୍ନାବଶେଷ ୧କିଲୋମିଟର ପର୍ଯ୍ୟନ୍ତ ପଡ଼ିଥିବା ସୂଚନା ରହିଛି।

Share