Categories: ଜାତୀୟ

ଦୁର୍ଘଟଣାଗ୍ରସ୍ତ ବାୟୁସେନାର ମିଗ୍‌-୨୧ ବିମାନର ପାଇଲଟ ମୃତ

ନୂଆଦିଲ୍ଲୀ,୨୫ ।୧୨: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍‌-୨୧ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ରାଜସ୍ଥାନର ଜୈସଲମର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ହର୍ଷିତ ସିହ୍ନାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ବିମାନ ଦୁର୍ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ତେବେ ମିଗ୍‌-୨୧ ଦୁର୍ଘଟଣାର କାରଣ ଜଣାପଡି ନ ଥିବା ବେଳେ ବାୟୁସେନା ପକ୍ଷରୁ ଏହାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

Share