ଓ୍ବାଶିଂଟନ,୩ା୧୧: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱିତୀୟ ପାଳିର ଶେଷ ୨ ବର୍ଷ ପାଇଁ ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ତାହା ଏହି ନିର୍ବାଚନ ସ୍ଥିର କରିବ। ଏଥିସହିତ ଟ୍ରମ୍ପ୍ ତାଙ୍କ କାର୍ଯ୍ୟସୂଚୀ ମଧ୍ୟରୁ କେତେ ପରିମାଣରେ କାମ ଆଗକୁ ବଢ଼ାଇପାରିବେ, ତାହା ମଧ୍ୟ ସ୍ଥିର ହେବ। ଇରାନ ସହ ଆମେରିକାର ଯୁଦ୍ଧ ଲାଗିରହିଥିବାବେଳେ ଇନ୍ଧନ ଦର ବୃଦ୍ଧି ପାଇବା ସହ ବୈଶ୍ୱିକ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏହି ନିର୍ବାଚନ ଟ୍ରମ୍ପ୍ଙ୍କ ଲୋକପ୍ରିୟତାର ପରୀକ୍ଷା ହେବ ବୋଲି ବିଶ୍ଳେଷକମାନେ କହିଛନ୍ତି। ରାଷ୍ଟ୍ରପତିଙ୍କ ଶାସନ କାଳର ମଧ୍ୟଭାଗରେ ପ୍ରତି ୪ ବର୍ଷରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପ୍ରତି ରାଜ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥାଏ। ରାଷ୍ଟ୍ରପତି ପଦ ପାଇଁ ଏହି ନିର୍ବାଚନ ହେଉ ନ ଥିଲେ ମଧ୍ୟ କଂଗ୍ରେସର ଉଭୟ ସଦନ ସହ ରାଜ୍ୟ କାର୍ଯ୍ୟାଳୟ, ଯେପରିକି ଗଭର୍ନର, ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହୋଇଥାଏ।