Posted inଖେଳ

ଚେନ୍ନାଇନ ଏଫ୍‌ସିରେ ରହିବେ ଜର୍ମନପ୍ରୀତ୍‌

ଚେନ୍ନାଇ, ୨୪ା୮ (ପି.ଟି.)-ଭାରତୀୟ ମିଡ୍‌ଫିଲ୍ଡର ଜର୍ମନପ୍ରୀତ୍‌ ସିଂ ଦୁଇ ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ଦଳରେ ରହିବେ। ଏଥିପାଇଁ କ୍ଲବର ସହିତ ସେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଫଳରେ କ୍ଲବ ତରଫରୁ ସେ କ୍ରମାଗତ ଚତୁର୍ଥ ସିଜନ ପାଇଁ ଖେଳିବେ। ଜର୍ମନପ୍ରୀତ ୨୦୧୭-୧୮ ଆଇଏସଏଲ ସିଜନରେ ଚେନ୍ନାଇନ ଏଫ୍‌ସିରେ ଯୋଗଦେବା ପରଠାରୁ କ୍ଲବ ତରଫରୁ ସମସ୍ତ ପ୍ରତିଯୋଗିତାରେ ୩୬ଟି ମ୍ୟାଚ ଖେଳି ସାରିଛନ୍ତି। ଦଳ ଟାଇଟଲ ଅଭିଯାନରେ ମିଡ୍‌ଫିଲ୍ଡରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚେନ୍ନାଇନ ଏଫ୍‌ସି ତରଫରୁ ଖେଳ ଜାରି ରଖିବା ଲାଗି ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଛନ୍ତି। ଜର୍ମନପ୍ରୀତ୍‌ ହେଉଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏଲିଟ୍‌ ଏକାଡେମୀର ସୃଷ୍ଟି। ୨୦୧୫ରେ ଗୋଆ ଦଳ ଡେମ୍ପୋ ଏସସି ତରଫରୁ ଆଇ-ଲିଗ୍‌ରେ ଖେଳି ସେ ତାଙ୍କ ପ୍ରଫେସନାଲ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କିଛି ଦିନ ପାଇଁ ଏହି ପ୍ରତିଯୋଗିତାରେ ମିନର୍ଭା ପଞ୍ଜାବ ଏଫ୍‌ସିି ତରଫରୁ ଖେଳିଥିଲେ। ୨୦୧୭-୧୮ରେ ଆଇଏସ୍‌ଏଲ ଟାଇଟଲ ଅଭିଯାନ ପାଇଁ ତାଙ୍କୁ ଚେନ୍ନାଇନ୍‌ ଏଫ୍‌ସି ନେଇଥିଲା। ୨୦୧୯-୨୦ ଅଭିଯାନ ବେଳେ ମିଡ୍‌ଫିଲ୍ଡରେ ଜର୍ମନପ୍ରୀତ ଓ ଅନିରୁଦ୍ଧ ଥାପାଙ୍କ ପାର୍ଟନରଶିପ୍‌ ସହାୟତାରେ ଚେନ୍ନାଇନ୍‌ ଏଫ୍‌ସି ଫାଇନାଲରେ ପ୍ରବେଶ କରିଥିଲା। ୨୦୧୬ ଅଗଷ୍ଟରେ ଭୁଟାନ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଭାରତର ସିନିୟର ଦଳରେ ପଦାର୍ପଣ କରିଥିଲେ। ଇତିମଧ୍ୟରେ ସେ ଦେଶ ତରଫରୁ ୯ଟି ମ୍ୟାଚ ଖେଳି ସାରିଲେଣି। ଚେନ୍ନାଇନ ଏଫ୍‌ସି ନିକଟରେ ଘୋଷଣା କରିଥିଲା ଯେ, ଅନିରୁଦ୍ଧ ଥାପା, ଥୋଇ ସିଂ, ଧନପାଲ ଗଣେଶ ଏଡଓ୍ବିନ୍‌ ସିଡ୍‌ନୀ ବଂଶପଲ, ବିଶାଲ କେଥ୍‌ ଏବଂ ଲାଲିଆନ ଜୁଆଲା ଚାଙ୍ଗଟେଙ୍କ ସମେତ ୯ ଭାରତୀୟ ଖେଳାଳିଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri