Posted inଖେଳ

ଚେନ୍ନାଇନ ଏଫ୍‌ସିରେ ରହିବେ ଜର୍ମନପ୍ରୀତ୍‌

ଚେନ୍ନାଇ, ୨୪ା୮ (ପି.ଟି.)-ଭାରତୀୟ ମିଡ୍‌ଫିଲ୍ଡର ଜର୍ମନପ୍ରୀତ୍‌ ସିଂ ଦୁଇ ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ଦଳରେ ରହିବେ। ଏଥିପାଇଁ କ୍ଲବର ସହିତ ସେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଫଳରେ କ୍ଲବ ତରଫରୁ ସେ କ୍ରମାଗତ ଚତୁର୍ଥ ସିଜନ ପାଇଁ ଖେଳିବେ। ଜର୍ମନପ୍ରୀତ ୨୦୧୭-୧୮ ଆଇଏସଏଲ ସିଜନରେ ଚେନ୍ନାଇନ ଏଫ୍‌ସିରେ ଯୋଗଦେବା ପରଠାରୁ କ୍ଲବ ତରଫରୁ ସମସ୍ତ ପ୍ରତିଯୋଗିତାରେ ୩୬ଟି ମ୍ୟାଚ ଖେଳି ସାରିଛନ୍ତି। ଦଳ ଟାଇଟଲ ଅଭିଯାନରେ ମିଡ୍‌ଫିଲ୍ଡରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚେନ୍ନାଇନ ଏଫ୍‌ସି ତରଫରୁ ଖେଳ ଜାରି ରଖିବା ଲାଗି ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଛନ୍ତି। ଜର୍ମନପ୍ରୀତ୍‌ ହେଉଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏଲିଟ୍‌ ଏକାଡେମୀର ସୃଷ୍ଟି। ୨୦୧୫ରେ ଗୋଆ ଦଳ ଡେମ୍ପୋ ଏସସି ତରଫରୁ ଆଇ-ଲିଗ୍‌ରେ ଖେଳି ସେ ତାଙ୍କ ପ୍ରଫେସନାଲ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କିଛି ଦିନ ପାଇଁ ଏହି ପ୍ରତିଯୋଗିତାରେ ମିନର୍ଭା ପଞ୍ଜାବ ଏଫ୍‌ସିି ତରଫରୁ ଖେଳିଥିଲେ। ୨୦୧୭-୧୮ରେ ଆଇଏସ୍‌ଏଲ ଟାଇଟଲ ଅଭିଯାନ ପାଇଁ ତାଙ୍କୁ ଚେନ୍ନାଇନ୍‌ ଏଫ୍‌ସି ନେଇଥିଲା। ୨୦୧୯-୨୦ ଅଭିଯାନ ବେଳେ ମିଡ୍‌ଫିଲ୍ଡରେ ଜର୍ମନପ୍ରୀତ ଓ ଅନିରୁଦ୍ଧ ଥାପାଙ୍କ ପାର୍ଟନରଶିପ୍‌ ସହାୟତାରେ ଚେନ୍ନାଇନ୍‌ ଏଫ୍‌ସି ଫାଇନାଲରେ ପ୍ରବେଶ କରିଥିଲା। ୨୦୧୬ ଅଗଷ୍ଟରେ ଭୁଟାନ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଭାରତର ସିନିୟର ଦଳରେ ପଦାର୍ପଣ କରିଥିଲେ। ଇତିମଧ୍ୟରେ ସେ ଦେଶ ତରଫରୁ ୯ଟି ମ୍ୟାଚ ଖେଳି ସାରିଲେଣି। ଚେନ୍ନାଇନ ଏଫ୍‌ସି ନିକଟରେ ଘୋଷଣା କରିଥିଲା ଯେ, ଅନିରୁଦ୍ଧ ଥାପା, ଥୋଇ ସିଂ, ଧନପାଲ ଗଣେଶ ଏଡଓ୍ବିନ୍‌ ସିଡ୍‌ନୀ ବଂଶପଲ, ବିଶାଲ କେଥ୍‌ ଏବଂ ଲାଲିଆନ ଜୁଆଲା ଚାଙ୍ଗଟେଙ୍କ ସମେତ ୯ ଭାରତୀୟ ଖେଳାଳିଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri