ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପୁଅ ମୋଜତବା ଖାମେନେଇଙ୍କୁ ସୁପ୍ରିମ ଲିଡର ଭାବେ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ବିଶ୍ୱର ନଜରଠାରୁ ଦୂରରେ ରଖାଯାଇଛି। ତେବେ ଏବେ ଇସ୍ରାଏଲୀ ମିଡିଆ ପକ୍ଷରୁ ଏକ ଚମକପ୍ରଦ ଦାବି କରାଯାଇଛି। ରିପୋର୍ଟ ଅନୁସାରେ, ମୋଜତବାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇପଡ଼ିଛି ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରିକି ଖୁବ ଶୀଘ୍ର ତାଙ୍କ ମୃତ୍ୟୁ ଖବର ମଧ୍ୟ ଆସିପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି। ସୂତ୍ର ଦାବି କରିଛି ଯେ ମୋଜତବା ଖାମେନେଇଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଏବଂ ସେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢ଼ୁଛନ୍ତି। ରିପୋର୍ଟରେ ଏପରିକି କୁହାଯାଇଛି ଯେ ଖୁବ ଶୀଘ୍ର ବିଶ୍ୱ ତାଙ୍କ ମୃତ୍ୟୁ ଖବର ମଧ୍ୟ ଶୁଣିପାରେ।

Odisha’s No.1 Odia Daily

Share