ବକରି-ଇଦରେ ଖାଲି ପଡିଛି ଆଫଗାନିସ୍ତାନରେ କପଡା ଦୋକାନ

କାବୁଲ,୨୫।୬: ଆଫଗାନିସ୍ତାନରେ ବକରି-ଇଦରେ ସହର ବଜାର ଯେମିତି ଶୂନଶାନ ଲାଗୁଛି। ଟେଲର ଏବଂ କପଡା ବିକ୍ରେତାଙ୍କ ଦୋକାନ ବି ଖାଲି ପଡିଛି, ଏହା ଫଳରେ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହୋଇଛି। ଆଫଗାନିସ୍ତାନ ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ ରାଜଧାନୀ କାବୁଲରେ ବିକ୍ରି ହ୍ରାସ ପାଉଛି।
ଦର୍ଜି ଓ କପଡା ଦୋକାନୀଙ୍କ କହିବା କଥା ହେଲା କାବୁଲରେ ଆର୍ଥିକ ମାନ୍ଦାବସ୍ଥା ଓ ବେରୋଜଗାରି କାରଣରୁ ଏହାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି। ତେବେ ଦେଶର ଆର୍ଥିକ ପରିସ୍ଥିତି ଖରାପ କାରଣରୁ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Share