‘ଓୟୋ’ ଅଂଶଧନ କିଣିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧।୮:  ବିଶ୍ୱର ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ‘ମାଇକ୍ରୋସଫ୍ଟ’ ଖୁବ୍‌ଶୀଘ୍ର ସହଜ ଓ ସୁଲଭ ମୂଲ୍ୟରେ ଆତିଥେୟତା ଯୋଗାଇ ଦେଉଥିବା ଭାରତୀୟ କମ୍ପାନୀ ଓୟୋକୁ ଅଧିଗ୍ରହଣ କରିପାରେ ବୋଲି ସୂଚନା ମିଳିଛି। ଏ ନେଇ ଓୟୋ କର୍ତ୍ତୃପକ୍ଷଙ୍କ ସହ ମାଇକ୍ରୋସଫ୍ଟର ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି। ଯଦି ଏହି ବ୍ୟବସାୟିକ ଆଲୋଚନା ସଫଳ ହୁଏ, ତେବେ ଓୟୋର ଅଂଶଧନକୁ ମାଇକ୍ରୋସଫ୍ଟ କିଣିବ ବୋଲି ଜଣାପଡ଼ିଛି। ଫଳରେ ଏହା ୯ ବିଲିୟନ ଡଲାର ( ଭାରତୀୟ ମୁଦ୍ରାରେ ଏହା ମୂଲ୍ୟ ପ୍ରାୟ ୬୭ ହଜାର କୋଟି ଟଙ୍କା) କମ୍ପାନୀରେ ପରିଣତ ହେବ ବୋଲି କୁହାଯାଉଛି।
୨୦୧୯ ଶେଷ ଆଡ଼କୁ ଓୟୋର ଡିମାଣ୍ଡ ସାରା ବିଶ୍ୱରେ ୨ ନମ୍ବରରେ ରହିଥିଲା। କୋଭିଡ୍‌-୧୯ ଯୋଗୁ ଏହି କ୍ଷେତ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଏହାର ଚାହିଦା ସମୟାନୁସାରେ ହ୍ରାସ ପାଇଚାଲିଛି। ୨୦୧୯ରେ ଏହାର ମୂଲ୍ୟ ୧୦ ବିଲିୟନ ଡଲାର ରହିଥିଲା। ସେହିପରି ୨୦୧୭ ବେଳକୁ ମଧ୍ୟ ଓୟୋର ଚାହିଦା ଅନୁସାରେ ବଜାର ମୂଲ୍ୟ ୮୫୦ ମିଲିୟନ ଡଲାରରେ ଶେୟାର କାରବାର ପାଇଁ ବିଭିନ୍ନ ନିବେଶକ ଆଗ୍ରହ ପ୍ରକାଶ କରିଥିଲେ ବୋଲି ଓୟୋ ପକ୍ଷରୁ କୁହାଯାଇଛି। ସେହିଭଳି ଆଗାମୀ ଦିନରେ ଓୟୋ ଆଇପିଓ ଆଣିବା ଲାଗି ଯୋଜନା କରିଛି। ତେବେ ଏହି କାରବାର ଏହା ପୂର୍ବରୁ ଶେଷ ହେବ ବୋଲି ଆଶଙ୍କା କରାଯାଉଛି। ଆଇପିଓ ଲାଗି ଓୟୋ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସମୟସୂଚୀ ରଖାଯାଇନାହିଁ।
ତେବେ ଏ ପ୍ରସଙ୍ଗରେ ଓୟୋ ଏବଂ ମାଇକ୍ରୋସଫ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ଆଲୋଚନା ସମ୍ପୂର୍ଣ୍ଣ ଗୋପନୀୟ ରହିଛି। ସେହିଭଳି ଉଭୟ ସଂସ୍ଥାର ଅଧିକାରୀଙ୍କୁ ମଧ୍ୟ ନୀରବତା ଅବଲମ୍ବନ କରିବାକୁ କୁହାଯାଇଛି।
ଜୁଲାଇ ପହିଲାରୁ ଓୟୋ ସଂସ୍ଥାଗତ ନିବେଶକଙ୍କଠାରୁ ପ୍ରାୟ ୪,୯୨୦ କୋଟି ଟଙ୍କା ଋଣ ଆକାରରେ ସଂଗ୍ରହ କରିଥିଲା। ଏହି ଧନକୁ ସଂସ୍ଥା ପୁରୁଣା ଋଣ ଓ ଅନ୍ୟ ବ୍ୟବସାୟିକ ନିବେଶ ହ୍ରାସ ଲାଗି ଉପଯୋଗ କରିଥିବା ଜଣାପଡ଼ିଛି। ତେବେ ଓୟୋ ପକ୍ଷରୁ ଦିଆଯାଇଥିବା ଏହି ଅଫରକୁ ୧.୭ ଗୁଣା ସବ୍‌ସ୍କ୍ରାଇବର ମିଳିଥିବା ବେଳେ କମ୍ପାନୀକୁ ପ୍ରମୁଖ ସଂସ୍ଥାଗତ ନିବେଶକଙ୍କଠାରୁ ପାଖାପାଖି ୧ ବିଲିୟନ ଡଲାରର ପ୍ରତିଶ୍ରୁତି ମିଳିଥିବା ଓୟୋ ପକ୍ଷରୁ କୁହାଯାଇଛି। ୨୭ ବର୍ଷୀୟ ଓଡ଼ିଆ ପୁଅ ରିତେଶ ଅଗ୍ରଓ୍ବାଲ ଏହି ହୋଟେଲ ଚେନ୍‌ ବ୍ୟବସାୟ ‘ଓୟୋ’ର ଆରମ୍ଭ କରିଥିଲେ। ଗ୍ରାହକ ସେବାରେ ଏହାର ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଥିଲା। ପର୍ଯ୍ୟଟକଙ୍କଠାରୁ ଆରମ୍ଭକରି ଅଜଣା ଲୋକଙ୍କ ପାଇଁ ଓୟୋ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। କୋଭିଡ୍‌-୧୯ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ଓୟୋ ବର୍ତ୍ତମାନ ନିବେଶକ ସନ୍ଧାନରେ ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହୋଇଗଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri