ଇତିହାସ ରଚିଲା ମାଇକ୍ରୋସଫ୍ଟ: ବିଶ୍ୱର କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହି ଆକଳନକୁ ଛୁଇଁ ପାରିନାହାଁନ୍ତି

ଓ୍ବାଶିଂଟନ୍‌,୧୧।୨: ଆଜିକାଲି ପ୍ରସିଦ୍ଧ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟର ଶେୟାରଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ପୂର୍ବରୁ ନିଆଯାଇଥିବା ପଦକ୍ଷେପରୁ କମ୍ପାନୀ ବିପୁଳ ଲାଭ ହାସଲ କରୁଛି। କମ୍ପାନୀର ଶେୟାରରେ ଏହି ବୃଦ୍ଧି ଯୋଗୁ ମାଇକ୍ରୋସଫ୍ଟ ଏପରି ଏକ ଆକଳନକୁ ଛୁଇଁଛି, ଯାହା ଅନ୍ୟ କୌଣସି କମ୍ପାନୀ ପହଞ୍ଚିପାରି ନାହାନ୍ତି। ସପ୍ତାହ ଶେଷରେ ମାଇକ୍ରୋସଫ୍ଟର ବଜାର କ୍ୟାପ ୩.୧୨୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି।
ଶେୟାରରେ ଏହି ବୃଦ୍ଧି ହେତୁ ମାଇକ୍ରୋସଫ୍ଟ ଆପଲ ଉପରେ ଅଗ୍ରଣୀ ହାସଲ କରିଛି। ମାଇକ୍ରୋସଫ୍ଟ ପ୍ରଥମ ଆମେରିକୀୟ କମ୍ପାନୀ ହୋଇପାରିଛି ଯାହା ୩.୧ ଟ୍ରିଲିୟନ ଡଲାରର ବଜାର କ୍ୟାପ ମାର୍କ ଛୁଇଁଛି।ସର୍ବୋଚ୍ଚ ବଜାର କ୍ୟାପର ପୂର୍ବ ରେକର୍ଡ ଆଇଫୋନ ନିର୍ମାତା ଆପଲ ନାମରେ ଥିଲା। ଜୁଲାଇରେ ଆପଲ ବଜାର କ୍ୟାପ ୩.୦୯ ଟ୍ରିଲିୟନ ଡଲାର କରିଥିଲା। ମାଇକ୍ରୋସଫ୍ଟ ଶେୟାର ଶୁକ୍ରବାର ୪୨୦.୫୫ ଡଲାରରେ ବନ୍ଦ ହୋଇଛି।
ଏଆଇ ସେକ୍ଟରରେ ଓପନ ଏଆଇ ସହିତ ମାଇକ୍ରୋସଫ୍ଟର ସହଭାଗୀତା ଦ୍ୱାରା ଉଭୟ କମ୍ପାନୀ ବହୁତ ଲାଭବାନ ହେଉଛନ୍ତି। ଓପନ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଚାଟ ଜିପିଟି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଏଆଇ ବ୍ୟବହାର ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri