ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ ରହିବା ପରେ ଯେତେବେଳେ ତାଙ୍କ ମମି ମିଳିଲା, ତାଙ୍କୁ ନଁା ଦିଆଗଲା ‘ଓଜି ଦି ଆଇସ୍‌ମ୍ୟାନ’। ସମଗ୍ର ବିଶ୍ୱରେ ଏହି ମମିକୁ ନେଇ ଅନେକ ଗବେଷଣା ଚାଲିଛି। କିନ୍ତୁ ବର୍ତ୍ତମାନ ଏଭଳି ଚମକାଇଲା ଭଳି ବୈଜ୍ଞାନିକ ସତ୍ୟ ସାମ୍ନାକୁ ଆସିଛି, ଯାହା ମାନବ ସଂରକ୍ଷଣର ସମସ୍ତ ସୀମାକୁ ପାର୍‌ କରିଦେଇଛି। ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ଓଜିଙ୍କ ପେଟର ବ୍ୟାକ୍ଟେରିଆ ଏବଂ ଥଣ୍ଡା ପରିବେଶରେ ବଢୁଥିବା ଇଷ୍ଟ ପ୍ରଜାତି ଏବେ ବି ଜୀବନ୍ତ ଓ ସକ୍ରିୟ ଅଛନ୍ତି।
ମମିକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମାଇନ୍ସ ୬ ଡିଗ୍ରୀ ସେଲସିୟସ ତାପମାତ୍ରା ବିଶିଷ୍ଟ ଏକ ଗଭୀର ଫ୍ରିଜ୍‌ ଚାମ୍ବର ଭିତରେ ରଖାଯାଇଛି, ଯଦ୍ଦ୍ବାରା ସମୟର ପ୍ରଭାବ ସେଠାରେ ଅଟକିଯିବ। କିନ୍ତୁ ବିଶିଷ୍ଟ ବିଜ୍ଞାନ ପତ୍ରିକା ‘ମାଇକ୍ରୋବାୟୋମ’ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଓଜିଙ୍କ ଶରୀର ଭିତରେ ଥିବା ପ୍ରାଚୀନ ଅଣୁଜୀବଗୁଡ଼ିକ କେବଳ ସକ୍ରିୟ ନାହାନ୍ତି, ବରଂ ସେମାନେ ପରିବେଶ ସହ ନିଜକୁ ଖାପଖୁଆଇ ବଦଳୁଛନ୍ତି ଏବଂ ବିକଶିତ ହେଉଛନ୍ତି। ଗତ ୯ ବର୍ଷ ମଧ୍ୟରେ ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ଏହି ଇଷ୍ଟ ପ୍ରଜାତିଗୁଡ଼ିକ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି।

ଇଟାଲୀର‘ୟୁରେକ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଗବେଷକ ମହମ୍ମଦ ସରହାନ ମମିର ଚର୍ମ, ଆଭ୍ୟନ୍ତରୀଣ ଟିସୁ ଏବଂ ତରଳିଥିବା ବରଫ ପାଣିର ପରୀକ୍ଷା କରି ଏହି ପ୍ରାଗୈତିହାସିକ ବାୟୋମଣ୍ଡଳର ରହସ୍ୟ ଖୋଲିଛନ୍ତି। ତଦନୁଯାୟୀ, ଓଜିଙ୍କ ପେଟରେ ଥିବା ସକ୍ରିୟ ବ୍ୟାକ୍ଟେରିଆରୁ ସ୍ପଷ୍ଟ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ସେ ହାଇ-ଫ୍ୟାଟ୍‌ ବନ୍ୟ ମାଂସ, ପ୍ରାଚୀନ ଶସ୍ୟ ଏବଂ ଏକ ପ୍ରକାର ବିଷାକ୍ତ ଫର୍ନ ଜାତୀୟ ଉଦ୍ଭିଦ ଖାଇଥିଲେ। ଗବେଷକ ଦଳ ଓଜିଙ୍କ ଶରୀରରୁ ‘ରୋମବୋସିଆ ହୋମିନିସ’ ଏବଂ ‘କ୍ଲୋଷ୍ଟ୍ରିଡିୟମ ମୋନିଲିଫର୍ମ’ ଭଳି ବିରଳ ବ୍ୟାକ୍ଟେରିଆ ଚିହ୍ନଟ କରିଛନ୍ତି। ଏଗୁଡ଼ିକ ଆଧୁନିକ ସହରୀ ମଣିଷଙ୍କ ଶରୀରରୁ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇଥିବା ବେଳେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର କେତେକ ବିଚ୍ଛିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏବେ ବି ଦେଖିବାକୁ ମିଳେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୯ ବର୍ଷ ମଧ୍ୟରେ ଏହି ଶରୀରରେ କିଛି ନିର୍ଦ୍ଦିିଷ୍ଟ ଇଷ୍ଟର ସଂଖ୍ୟା ବୃଦ୍ଧି ପାଇଛି। ମ୍ୟୁଜିୟମ କ୍ୟୁରେଟରମାନେ ମମିକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ଫେନୋଲ ଡିସ୍‌ଇନ୍‌ଫେକ୍ଟାଣ୍ଟ ବା ଜୀବାଣୁନାଶକ ବ୍ୟବହାର କରୁଥିଲେ, ଏହି ସୁପର-ମାଇକ୍ରୋବସ୍‌ଗୁଡ଼ିକ ତାହାକୁ ହିଁ ଖାଇ ବଞ୍ଚିବା ଶିଖିଯାଇଛନ୍ତି। ଅଣୁଜୀବଗୁଡ଼ିକର ଏଭଳି ଅଦ୍ଭୁତ ଜୀବନଶକ୍ତି ପ୍ରମାଣିତ କରୁଛି ଯେ ମୃତ୍ୟୁ ମଧ୍ୟ ଓଜିଙ୍କ ମାଇକ୍ରୋବାୟୋମକୁ ଅଟକାଇ ପାରିନାହିଁ। କିନ୍ତୁ ଏହା ସମଗ୍ର ବିଶ୍ୱର ସଂଗ୍ରହାଳୟଗୁଡ଼ିକ ପାଇଁ ଏକ ବଡ଼ ଚିନ୍ତା ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏହି ପ୍ରାଗୈତିହାସିକ ଜୀବଗୁଡ଼ିକ ଏଭଳି ଥଣ୍ଡା ପରିବେଶରେ ବଢ଼ିପାରିବେ ଏବଂ ଆଧୁନିକ କେମିକାଲକୁ ହଜମ କରିପାରିବେ, ତେବେ ଆମେ ଏହି ପ୍ରାଚୀନ ଐତିହାସିକ ସମ୍ପଦକୁ ଭିତରୁ ନଷ୍ଟହେବାରୁ କେମିତି ରକ୍ଷା କରିବା?
ଏହି ତାମ୍ରଯୁଗର ଶିକାରୀଙ୍କୁ କିଏ ହତ୍ୟା କରିଥିଲା, ତାହା ଆଜି ବି ଏକ ରହସ୍ୟ ହୋଇ ରହିଛି। ମାତ୍ର ତାଙ୍କ ଶରୀରରେ ଥିବା ଏହି ଜୀବନ୍ତ ଅଣୁଜୀବ ମାନବ ସ୍ବାସ୍ଥ୍ୟ ଏବଂ ଆଧୁନିକ ରୋଗର ବିବର୍ତ୍ତନକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ମୂଲ୍ୟବାନ ସୁଯୋଗ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri