Categories: ଜାତୀୟ

ଟୁଇଟର ବନ୍ଦ କଲା ୯୭ ପ୍ରତିଶତ ଆକାଉଣ୍ଟ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଚାପ ପଡିବା ପରେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟୁଇଟର ପାଖାପାଖି ୯୭ ପ୍ରତିଶତ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଇଲୋକ୍ଟ୍ରନିକ୍ସ, ସୂଚନା ଓ ପ୍ରାଦ୍ୟୋଗିକି ମନ୍ତ୍ରଣାଳୟ ଉସକାଇବା ଭଳି କମେଣ୍ଟ ପୋଷ୍ଟ କରୁଥିବା ଆକାଉଣ୍ଟକୁ ବ୍ଲକ କରିବାକୁ କହିଥିଲା । ଯାହା ‘କୃଷକ ନରସଂହାର’ ଭଳି ହ୍ୟାସ ଟ୍ୟାଗ ବ୍ୟବହାର କରୁଥିଲେ । ଏସବୁକୁ ବନ୍ଦ କରିବାକୁ କୁହାଯାଇଥିଲା । ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାର ୨ ଥର ପ୍ରାୟ ୧,୪୩୫ ଏଭଳି ଆକାଉଣ୍ଟକୁ ଚିହ୍ନଟ କରି ବନ୍ଦ କରିବାକୁ କହିଥିଲେ । ଆଉ ଏବେ କମ୍ପାନୀ ୧,୩୯୮ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ସୂଚନା ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟର ସଚିବ ଅଜୟ ପ୍ରକାଶ ସାହାଣୀ ଓ ଟୁଇଟର ପବ୍ଲିକ ପଲିସି ଉପାଧ୍ୟକ୍ଷ ମେନିକ ମେଚେ ଓ ଜିମ ବେକରଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକରେ ଆମେରିକା ସୋସିଆଲ ମିଡିଆ କମ୍ପାନୀ ଉସକାଇବା ଭଳି ପୋଷ୍ଟ କରୁଥିବା ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦଇଥିବା କୁହାଯାଉଛି ।

Share