ରାଉରକେଲା ଅଫିସ, ୧୩ା୩: ରବିବାର ହକି ପ୍ରୋ-ଲିଗର ତୃତୀୟ ଦିନ ଖେଳରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍କୁ ଦେଖିବା ନିମନ୍ତେ ବିର୍ସା ମୁଣ୍ଡା ଖେଳ ପଡିଆରେ ଭିଡ ଜମିଥିଲା। ଅଷ୍ଟ୍ରେଲିଆ ହକି ଦଳର ସମର୍ଥନରେ ଅଷ୍ଟ୍ରେଲିଆରୁ ମିକ୍ ପରିବାର ବର୍ଗ ମଧ୍ୟ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ମିକ୍ ତାଙ୍କ ସ୍ତ୍ରୀ, ବଡଭାଇ ଜଷ୍ଟେନ ସସ୍ତ୍ରୀକ ଉପସ୍ଥିତ ଥିଲେ। ଅଷ୍ଟ୍ରେଲିଆ ଦଳର ଖେଳାଳି ଆନନ୍ଦ ଗୁପ୍ତେଙ୍କ ଜେଜେମା ନିଜ ନାତିର ଖେଳ ଦେଖିବା ପାଇଁ ତାଙ୍କ ପଡୋଶୀ ମିସେସ ହେଡେନଙ୍କ ସହ ମଧ୍ୟ ସାମିଲ ହୋଇଥିଲୋ


