Categories: ଖେଳ

ମାଇକେଲ ଜୋର୍ଡାନଙ୍କ ଯୋତା ରେକର୍ଡ ୪ କୋଟି ୬୦ ଲକ୍ଷ ଟଙ୍କାରେ ନିଲାମ

ନ୍ୟୁୟର୍କ,୧୪।୮: ଆମେରିକୀୟ ପୂର୍ବତନ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ କିମ୍ବଦନ୍ତୀ ମାଇକେଲ ଜୋର୍ଡାନଙ୍କ ଏକ ଯୋତା ରେକର୍ଡ ମୁଲ୍ୟରେ ନିଲାମ ହୋଇଛି। ଏକ ଅନ୍‌ଲାଇନ୍‌ ଅକସନ ମାଧ୍ୟମରେ ଏହି ଜୋତା ୪ କୋଟି ୬୦ ଲକ୍ଷ ଟଙ୍କା (୬୧୫,୦୦୦ ଆମେରିକୀୟ ଡଲାର)ରେ ବିକ୍ରି ହୋଇଛି। କିଷ୍ଟ୍ରୀ ଅକ୍ସନ ତରଫରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। କିଛି ମାସ ପୂର୍ବରୁ ଜୋର୍ଡାନଙ୍କ ଏକ ଜୋତାଙ୍କୁ ରେକର୍ଡ ମୂଲ୍ୟରେ ବିକ୍ରି କରାଯାଇଥିଲା। ତେବେ ଏହି ରେକର୍ଡ ଏବେ ପଛରେ ପଡିଛି। ଏହି ଯୋତା ଏୟାର ୧ର ଅଂଶବିଶେଷ। ଇଟାଲୀରେ ଏହି ଯୋତା ପିନ୍ଧି ଜୋର୍ଡାନ ୧୯୮୫ରେ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲେ। ମ୍ୟାଚ୍‌ରେ ଜୋର୍ଡାନ ଏତେଜୋରରେ ବଲ୍‌ ଫୋପାଡି ଥିଲେ ଯେ, ବ୍ୟାକ ବୋର୍ଡର କାଚ୍‌ ଭାଙ୍ଗିଯାଇଥିଲା। ଯୋତାରେ ସିଲ୍‌ରେ କାଚଖଣ୍ଡ ମଧ୍ୟ ରହିଛି। ଜୋର୍ଡାନ ୧୩.୫ ସାଇଜ୍‌ର ଯୋତା ପିନ୍ଧି ୩୦ ପଏଣ୍ଟ ହାସଲ କରିଥିଲେ। ଲାଲ୍‌ ଓ କଳା ରଙ୍ଗର ଏହି ଯୋତା ସେ ଶିକାଗୋ ବୁଲ୍ସ ତରଫରୁ ଖେଳୁଥିବା ବେଳେ ପିନ୍ଧୁଥିଲେ।
ଏହାପୂର୍ବରୁ ଗତ ମେ’ରେ ଏୟାର ଜୋର୍ଡାନ ୧ର ଏକ ଯୋତା ୫ ଲକ୍ଷ ୬୦ ହଜାର ଡଲାରରେ ବିକ୍ରି ହୋଇଥିଲା। ତେବେ ଏହି ନୂଆ ନିଲାମରେ ଅଶାଠାରୁ କମ୍‌ ଅର୍ଥ ସଂଗ୍ରହ କରାଯାଇଛି। ଅତିକମ୍‌ରେ ୬ ଲକ୍ଷ ୫୦ରୁ ୮ ଲକ୍ଷ ୫୦ ହଜାର ଡଲାର ଅର୍ଥ ସଂଗ୍ରହ କରାଯିବ ବୋଲି ଆୟୋଜକ ମାନେ ଆଶା ରଖିଥିଲେ। କିନ୍ତୁ ଶେଷରେ ଏପରି ହୋଇ ନ ଥିଲା।

Share