ମାଇକେଲ ଜ୍ୟାକ୍‌ସନଙ୍କ ଆଇଡି ଜାଲିଆତି

ଲସ୍‌ ଏଞ୍ଜେଲ୍ସ, ୩୧ା୮(ଆଇଏନ୍‌ଏସ୍‌): ପପ୍‌ ଡ୍ୟାନ୍ସର ମାଇକେଲ ଜ୍ୟାକ୍‌ସନଙ୍କ ମୃତ୍ୟୁ ଉପରେ ପ୍ରକାଶିତ ନୂଆ ଡକ୍ୟୁମେଣ୍ଟାରିରେ ଚକିତ କଲାଭଳି ତଥ୍ୟ ପ୍ରଘଟ ହୋଇଛି। ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ୨୦୦୯ରେ ୫୦ ବର୍ଷୀୟ ମାଇକେଲଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ଏହି ନିଶାଦ୍ରବ୍ୟ ପାଇବା ପାଇଁ ନକଲି ପରିଚୟ ପ୍ରସ୍ତୁତ କରିଥିବା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଗୋଟିଏ କି ଦୁଇଟି ନୁହେଁ ଡ୍ରଗ୍ସ କିଣିବା ନିମନ୍ତେ ସେ ୧୯ଟି ଜାଲ୍‌ ଆଇଡି ରଖିଥିଲେ। ତାଙ୍କ ଡାକ୍ତର କନ୍‌ରାଡ ମୁରେ ନିୟମିତ ଭାବେ ମାଇକେଲ୍‌ଙ୍କୁ ପ୍ରୋପୋଫୋଲ୍‌ (ଏକ ପ୍ରକାର ଡ୍ରଗ୍ସ) ଦେଉଥିଲେ। ମାଇକେଲ୍‌ଙ୍କ ମୃତ୍ୟୁ ପରେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କୁହାଯାଇଥିଲା। ଡା. ମୁରେଙ୍କୁ ଏଥିପାଇଁ ଦାୟୀ କରାଯିବା ସହ ୪ ବର୍ଷ ଜେଲଦଣ୍ଡ ହୋଇଥିଲା।
ଇନ୍‌ଭେଷ୍ଟିଗେଟ୍ସ: ହୁ ରିଅଲି କିଲ୍‌ଡ ମାଇକେଲ୍‌ ଜ୍ୟାକ୍‌ସନ’ ଡକ୍ୟୁମେଣ୍ଟାରି ଅନୁସାରେ, ମାଇକେଲ୍‌ଙ୍କ ମୃତ୍ୟୁ ପାଇଁ କେବଳ ମୁରେଙ୍କୁ ଦାୟୀ କରାଯାଇଥିଲା। କିନ୍ତୁ ବାସ୍ତବରେ ମାଇକେଲ୍‌ ତାଙ୍କ ଜୀବନ ସାରା ଅତ୍ୟଧିକ ମାତ୍ରାରେ ଡ୍ରଗ୍ସ ନେଉଥିଲେ, କାରଣ ଏହା ପଛରେ ଅନେକ ଡାକ୍ତରଙ୍କ ସମର୍ଥନ ଥିଲା। କେବଳ ମୁରେଙ୍କୁ ଜେଲଦଣ୍ଡ ହୋଇଥିଲେ ମଧ୍ୟ ଏଯାବତ୍‌ ଅନ୍ୟ କୌଣସି ଡାକ୍ତର ଦିନେ ହେଲେ କାରାଦଣ୍ଡ ଭୋଗିନାହାନ୍ତି। ମାଇକେଲ୍‌ଙ୍କ ମୃତ୍ୟୁ ସମୟରେ ସେଠାରେ ମୁରେ ଉପସ୍ଥିତ ଥିବାରୁ ତାଙ୍କ ଉପରେ ହିଁ ଅଙ୍ଗୁଳି ଉଠିଥିଲା ବୋଲି ଏହି ପପ୍‌ କିଙ୍ଗ୍‌ଙ୍କ ମାମଲାର ତଦନ୍ତ କରୁଥିବା ଡିଟେକ୍ଟିଭ୍‌ ଓର୍‌ଲାଣ୍ଡୋ ମାର୍ଟିନେଜ୍‌ ଉକ୍ତ ଡକ୍ୟୁମେଣ୍ଟାରିରେ କହିଛନ୍ତି। ଦୀର୍ଘ ବର୍ଷ ଧରି ମାଇକେଲ ନିଜ ସର୍ତ୍ତ ଅନୁସାରେ ଜୀବନ ବଞ୍ଚୁଥିଲେ। ଏଥିପାଇଁ ସେ ବିଭିନ୍ନ ବିଭାଗର ମେଡିକାଲ ପ୍ରଫେସନାଲଙ୍କୁ ରଖିଥିଲେ। ମାଇକେଲ ଯେତେବେଳେ ଯେଉଁ ମେଡିସିନ୍‌ ଚାହୁଁଥିଲେ ତାହା ତାଙ୍କୁ ଦିଆଯାଉଥିଲା। ଏହା ହିଁ ତାଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଇଥିଲା। ମୃତ୍ୟୁଦିନ ମଧ୍ୟ ମାଇକେଲ ଏକ ବୋତଲ ଭର୍ତ୍ତି ପରିମାଣର ପ୍ରୋପୋଫୋଲ ନେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ମାଇକେଲ୍‌ ପ୍ରୋପୋଫୋଲ୍‌ ନେବା ପରେ ହିଁ ତାଙ୍କୁ ନିଦ ହେଉଥିଲା। ଡାକ୍ତରମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କ ପାଇଁ ଡ୍ରଗ୍ସ ଯୋଗାଡ଼ କରି ଇଞ୍ଜେକ୍ସନ କିମ୍ବା ଔଷଧ ଆକାରରେ ଦେଉଥିଲେ। ଏହା କ୍ଷତିକାରକ ନୁହେଁ ବୋଲି ମଧ୍ୟ ତାଙ୍କ ଡାକ୍ତରମାନେ ମାଇକେଲ୍‌ଙ୍କୁ କହି ଡ୍ରଗ୍ସ ବ୍ୟବହାରର ଅନୁମତି ଦେଇଥିଲେ। ମାଇକେଲ୍‌ ଏକସଙ୍ଗରେ ୩୦୦ ମିଲିଗ୍ରାମ୍‌ର ଡେମିରୋଲ ନେଉଥିଲେ। ବିଭିନ୍ନ ପ୍ରକାର ଡ୍ରଗ୍ସ ପାଇଁ ମାଇକେଲ୍‌ ୧୯ ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲେ। ଜଣାଶୁଣା ଚର୍ମବିଭାଗ ଡାକ୍ତର ଆର୍‌ନୋଲ୍ଡ କ୍ଲେନ୍‌ ଏସବୁର ତଦାରଖ କରୁଥିଲେ। ଡା. କ୍ଲେନ୍‌ ଏକ ନୋଟ୍‌ ବୁକ୍‌ ରଖି ସେଥିରେ କେଉଁ ଆଇଡିରେ କେଉଁ ପ୍ରକାର ଡ୍ରଗ୍ସ ମଗାଯାଇଛି ତାହା ଲେଖି ରଖୁଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri