ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ ଫିଲ୍ମ ବୋହେମିଆନ ରାପସୋଡିକୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୮ ହଜାର କୋଟିରୁ ଅଧିକ ସଂଗ୍ରହ କରି ଇତିହାସ ରଚିଛି।

‘ମାଇକେଲ’ ଏପ୍ରିଲ ୨୨, ୨୦୨୬ରେ ଥିଏଟର୍‌ରେ ମୁକ୍ତିଲାଭ କରିଥିଲା ଏବଂ ପରବର୍ତ୍ତୀ ୪୮ ଦିନ ଧରି ନିରନ୍ତର ଭାବରେ ରାଜସ୍ବ ସଂଗ୍ରହ କରିଚାଲିଥିଲା। ଫିଲ୍ମଟି ବିଶ୍ୱବ୍ୟାପୀ ବକ୍ସ ଅଫିସରେ ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଫିଲ୍ମଟି ୫,୨୭୮.୯୮ କୋଟି ଆୟ କରିଥିଲା। ଏହାର ମୋଟ ବିଶ୍ୱବ୍ୟାପୀ ଆୟ 8,୬୯୯.୫୩ କୋଟି।
‘ମାଇକେଲ’ ବିଶ୍ୱବ୍ୟାପୀ ସଂଗ୍ରହ ଦୃଷ୍ଟିରୁ ବୋହେମିଆନ ରାପସୋଡିକୁ ପଛରେ ପକାଇ ଦେଇଛି। ବୋହେମିଆନ ରାପସୋଡି ବ୍ରିଟିଶ ରକ ବ୍ୟାଣ୍ଡ କୁଇନର ଫ୍ରଣ୍ଟମ୍ୟାନ ଫ୍ରେଡି ମର୍କ୍ୟୁରୀଙ୍କ ଜୀବନୀ ଉପରେ ଆଧାରିତ ଏକ ମ୍ୟୁଜିକାଲ ବାୟୋପିକ ଥିଲା।

‘ମାଇକେଲ’ ଭାରତରେ ମଧ୍ୟ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲା। ଏହା ବକ୍ସ ଅଫିସରେ ବିପୁଳ ଆୟ କରିଥିଲା। ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୭୦.୨୪ କୋଟିର ନେଟ କଲେକ୍ସନ ହାସଲ କରିଥିଲା।

‘ମାଇକେଲ’ ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ, ତାଙ୍କ ଭଣଜା ଜାଫର ଜ୍ୟାକସନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା।

 

Dharitri – Odisha’s No.1 Odia Daily

 

Share