ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍‌

ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ କାଟିକୁଟି ନଷ୍ଟ କରିଦେଇଛନ୍ତି। ଏଠାରେ ୧୯୮୭ରୁ ୧୯୯୨ ପର୍ଯ୍ୟନ୍ତ ଜମିଜମା ରେକର୍ଡ ରହିଥିଲା। ଏହି ଘଟଣା ବାହାରେ ପ୍ରଘଟ ହେବାପରେ ସ୍ଥାନୀୟ ପ୍ରଶାସନ ଏବଂ ନଗର ନିଗମର ଅକଲ ଗୁଡୁମ୍‌ ହୋଇ ଯାଇଛି। ପୁରୁଣା ରେକର୍ଡ ସଂରକ୍ଷିତ ରଖିବା ପାଇଁ ପିପଲ ମଣ୍ଡିର ପାର୍ଷଦ ରବି ମାଥୁର ଦାବି କରିଛନ୍ତି। ସେହିପରି ପାର୍ଷଦ ଶିରୋମଣି ସିଂ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଜାଣଶୁଣି ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସମସ୍ତ ପୁରାତନ ଜମିଜମା କାଗଜ ପତ୍ରର ଡିଜିଟାଲୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଛର୍ତା ଜୋନ୍‌ର ଅଧିକ କାଗଜପତ୍ର ମୂଷା କାଟି ନଷ୍ଟ କରିଥିବା କୁହାଯାଉଛି।

Share