Categories: ଜାତୀୟ

ନବଜାତ ଶିଶୁଙ୍କ ପାଦ କାମୁଡ଼ି ଖାଇଲା ମୂଷା…

ଇନ୍ଦୋର,୧୮।୫: ହସ୍ପିଟାଲରେ ଚିକିତ୍ସାରେ ଅବହେଳା ହୋଇଥିବା ଏକ ଘଟଣା ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ମଧ୍ୟପ୍ରଦେଶ ଇନ୍ଦୋରର ମହାରାଜ ଯଶଓ୍ବନ୍ତରାୟ ସରକାରୀ ହସ୍ପିଟାଲରେ ଜଣେ ନବଜାତ ଶିଶୁଙ୍କ ପାଦ ମୂଷା କାମୁଡ଼ି ଖଣ୍ଡିଆ କରି ଦେଇଥିବା ଘଟଣା ଘଟିଛି। ଶିଶୁଙ୍କ କେତେକ ଅଙ୍ଗୁଳି ମଧ୍ୟ ଖଣ୍ଡିଆ ହୋଇଯାଇଛି। ଏସମ୍ପର୍କରେ ହସ୍ପିଟାଲ ଅଧିକ୍ଷକ ପ୍ରମେନ୍ଦ୍ର ଠାକୁର ସୂଚନା ଦେଇଛନ୍ତି। ସେ ସମୟରେ ହସ୍ପିଟାଲର କେଉଁ କର୍ମଚାରୀ ସମ୍ପୃକ୍ତ ଓ୍ବାର୍ଡ ଦାୟିତ୍ୱରେ ଥିଲେ ତାହାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି। କିଭଳି ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ସେ ସେନେଇ ପଚରାଉଚରା କରାଯାଉଛି। ଏନେଇ ୩ ଜଣିଅରା ତଦନ୍ତ କମିଟି ଗଠନ କରାଯାଇ ଥିବା ଅଧୀକ୍ଷକ ପ୍ରକାଶ କରିଛନ୍ତି।

Share