କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା

ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି ଚୁପ ବସିଛନ୍ତି। ଏଭଳି ପ୍ରଶ୍ନ କରିଛନ୍ତି ଅନ୍ତର୍ଜାତୀୟ ପର୍ନ ଷ୍ଟାର ମିଆ ଖଲିଫା।

ନୂଆ ଚାଷୀ ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ଖଲିଫା ସମର୍ଥନ କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ନିନ୍ଦା କରାଯାଇଥିଲା। ସେ ସୋମବାର ଟୁଇଟ୍‌ କରି ଲେଖିଛନ୍ତି, ପ୍ରୟଙ୍କା ଚୋପ୍ରା ଜୋନାସ କେବେ ପାଟି ଖୋଲିବେ ? ମୁଁ ଜାଣିବା ପାଇଁ ବ୍ୟଗ୍ର। ଉଲ୍ଲେଖଥାଉ କି, ପ୍ରିୟଙ୍କା ଅନ୍ତିମ ଥର ଗତବର୍ଷ ଡିସେମ୍ବରରେ କୃଷି ଆନ୍ଦୋଳନ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ।

Share