Categories: ଖେଳ

ସିଏସକେକୁ ୧୫୮ ରନର ଟାର୍ଗେଟ ଦେଲା ଏମଆଇ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ସିଏସକେ ଟସଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଏମଏସ ଧୋନିଙ୍କ ନେୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଥିବାବେଳେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏମଆଇ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଏମଆଇ ୮ ଓ୍ବିକେଟରେ ୧୫୭ ରନ କରିଛି। ଫଳରେ ସିଏସକେ ପାଇଁ ବିଜୟ ଲକ୍ଷ୍ୟ ୧୫୮ ରନ ରହିଛି।

ଏମଆଇ ପକ୍ଷରୁ ରୋହିତ ଶର୍ମା ୨୧ ରନ କରିଥିବାବେଳେ ଇଶାନ କିଶନ ୩୨, କ୍ୟାମେରନ ଗ୍ରୀନ ୧୨,ତିଲକ ବର୍ମା ୨୨, ଟିମ ଡେଭିଡ ୩୧, ହ୍ରିତିକ ଶୋକେନ ୧୮ ରନ କରିଥିଲେ।

Share