Posted inଖେଳ

ମହାମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୭: ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪’ର ବଳକା ମ୍ୟାଚ୍‌ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ବଳକା ଥିବା ୩୧ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ୩ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଗତ ମେ’ରେ ବିଭିନ୍ନ ଦଳର ବାୟୋ ବବଲରେ ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଇପିଏଲକୁ ସ୍ଥଗିତ କରି ଦିଆଯାଇଥିଲା।

କାର୍ଯ୍ୟସୂଚୀ ଅନୁଯାୟୀ, ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ଓ ଫାଇନାଲ ସହ ୧୩ଟି ମ୍ୟାଚ୍‌ ଖେଳାଯିବ। ସେହିଭଳି ଶାରାଜାରେ ଏଲିମିନେଟର ଓ ଦ୍ୱିତୀୟ କ୍ୱାଲିଫାୟର ସମେତ ୧୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ବଳକା ୮ଟି ମୁକାବିଲା ଖେଳାଯିବ ଆବୁଧାବିରେ। ୭ଟି ଡବଲ ହେଡର ମ୍ୟାଚ୍‌ ମଧ୍ୟରୁ ପ୍ରଥମଟି ସେପ୍ଟେମ୍ବର ୨୫ ତାରିଖରେ ଖେଳାଯିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି। ଗତ ବର୍ଷ ଭଳି ଅପରାହ୍ନ ମ୍ୟାଚ୍‌ ସାଢ଼େ ୩ଟା ଓ ସନ୍ଧ୍ୟା ମ୍ୟାଚ୍‌ ୭ଟା ୩୦ରୁ ଆରମ୍ଭ ହେବ। ପ୍ରତ୍ୟେକ ଦଳ ଅତିକମ୍‌ରେ ଗୋଟିଏ ଲେଖାଏ ଅପରାହ୍ନ ମ୍ୟାଚ୍‌ ଖେଳିବେ। ବର୍ତ୍ତମାନ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୩ଟି ଅପରାହ୍ନ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ସିଏସ୍‌କେ, କେକେଆର, ଏମ୍‌ଆଇ ଓ ପିବିକେଏସ୍‌ ଅପରାହ୍ନରେ ୨ ଲେଖାଏ ମ୍ୟାଚ୍‌ ଖେଳିବେ।

ଲିଗ୍‌ ପର୍ଯ୍ୟାୟ ଅକ୍ଟୋବର ୮ରେ ଡବଲ ହେଡର ସହ ଶେଷ ହେବ। ଏହାର ଦୁଇ ଦିନ ପରେ ଆରମ୍ଭ ହେବ ପ୍ଲେଅଫ୍ସ। ପୂର୍ବ ଘୋଷଣା ଅନୁଯାୟୀ ଫାଇନାଲ ମ୍ୟାଚ୍‌ ଖେଳାଯିବ ୧୫ରେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri