ପୁରୁଣା କାମ ଦେଖାଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଅର୍ଥ ହଡ଼ପ

ନୂଆଗାଁ, ୮।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନାନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏବେ ପୁରୁଣା କାମକୁ ଦେଖାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ନୂଆଗାଁ ବ୍ଲକରେ ପ୍ରତିଦିନ ଅନୁଦାନ ହଡପ ହେଉଛି। ଅଭିଯୋଗର ତଦନ୍ତ କରି ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି। କେତେବେଳେ କାମ ନ କରି ଅନୁଦାନ ହଡପ ତ ଆଉ କେତେବେଳେ ଭିନ୍ନକ୍ଷମ, ଗର୍ଭବତୀ, ମୃତ ବ୍ୟକ୍ତିଙ୍କ ନାମରେ ଅନୁଦାନ ଆତ୍ମସାତ୍‌ କରାଯାଉଛି। ଆଉ କେତେବେଳେ ପୁରୁଣା କାମକୁ ଦେଖାଇ ଅନୁଦାନ ଚଳୁ ହେଉଛି।
ସୂଚନା ଅନୁଯାୟୀ, ମାଳିସାହି ପଞ୍ଚାୟତ ବେଗୁନିଆ ସାହିଠାରୁ ମାଳିସାହି ରାସ୍ତାର ଉନ୍ନତୀକରଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୮।୭।୨୦୨୦ରେ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ା ଉପରୋକ୍ତ ରାସ୍ତା ନିର୍ମାଣ ୧୮।୫।୨୦୨୧ରେ ଆରମ୍ଭ କରାଯାଇଥିଲା। ୧୧।୮।୨୩ ତାରିଖ ସୁଦ୍ଧା ୫୬୩ ଜଣ ଶ୍ରମିକ ୩୨୩୨ ଦିନ କାର୍ଯ୍ୟ କରି ୬୯୫୩୮ ଟଙ୍କା ମଜୁରି ବାଦଦରେ ନେଇଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ମାଳିସାହି ପଞ୍ଚାୟତ ନାଏବ ସରପଞ୍ଚ କୀର୍ତ୍ତନ ପ୍ରଧାନଙ୍କ ଅଭିଯୋଗ ମୁତାବକ ଉକ୍ତ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ କରା ନ ଯାଇ ପୁରୁଣା କାମକୁ ଦେଖାଇ ବିଲ୍‌ କରାଯାଉଛି। କେବଳ ସେହି ଗୋଟିଏ କାମ ନୁହେଁ ମାଳିସାହି ପଞ୍ଚାୟତରେ ଅନେକ କାମ ନ ହୋଇ ମଧ୍ୟ ଅନୁଦାନ ଆତ୍ମସାତ୍‌ କରାଯାଇଥିବା ନାଏବ ସରପଞ୍ଚ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ବାବଦରେ ମାଳିସାହି ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଉମେଶ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ମୁଁ ଅକ୍ଟୋବର ୨୦୨୧ରେ ଦାୟିତ୍ୱ ନେବା ପରେ ରାସ୍ତା କାମ କରାଯାଇ ନାହିଁ। ମୋ ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସମୟରେ କାମ ହୋଇ ଥାଇପାରେ ବୋଲି କହିଛନ୍ତି। ତେବେ ଦୀର୍ଘ ଦୁଇ ବର୍ଷ ହେଲା କାମ କରାଯାଇ ନ ଥିବା ବେଳେ ବର୍ତ୍ତମାନ କିଭଳି ବିଲ୍‌ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଉଦୟପୁର ପଞ୍ଚାୟତରେ ଜଣେ ପକ୍ଷାଘାତ ରୋଗୀଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଶ୍ରମିକ ଦର୍ଶାଇ ଅନୁଦାନ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସଂପୃକ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପକ୍ଷାଘାତ ରୋଗୀ ଶ୍ରମିକମାନଙ୍କୁ ପାଣି ଯୋଗାଇଥିବା ରିପୋର୍ଟ ଦାଖଲ କରି ଅଭିଯୋଗକୁ ଚାପି ଦେବାକୁ ପ୍ରୟାସ କରାଯାଉଛି। ତେବେ ଏମ୍‌ଜିଏନ୍‌ଆରଇଜିଏସରେ ୨୨ ପ୍ରତିଶତ ପିସି କାରବାର କରି ଅଧିକାରୀ, କର୍ମଚାରୀଙ୍କୁ ସବୁଠାରୁ ଅଧିକ ଲାଭବାନ କରୁଥିବା କେତେଜଣ ଠିକାଦାର କହିଛନ୍ତି। ଏ ବାବଦରେ ଜିଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ହୋତାଙ୍କୁ ପଚାରିବାରେ ଲିଖିତ ଭାବେ ଦିଅନ୍ତୁ, ନିଶ୍ଚିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri