ପ୍ରହସନ ପାଲଟିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୂଆଗାଁ,୨୨।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପ୍ରହସନ ପାଲଟିଛି। ଏହି ଯୋଜନାର ସବୁ ନିୟମ କାନୁନକୁ ଉଲ୍ଲଂଘନ କରି ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଠିକାଦାର ମିଳିମିଶି ସରକାରଙ୍କ ଟଙ୍କା ଲୁଟୁଛନ୍ତି। ହେଲେ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଶ୍ରମିକମାନେ ଦାଦନ ଖଟିବାକୁ ନ ଯାଇ ନିଜ ପରିବାର ସହ ଗାଁରେ ରହି ରୋଜଗାର କରିବା ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ଶହେ ଦିନର କାମ ଯୋଗାଇ ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ନୂଆଗାଁ ବ୍ଲକରେ ପ୍ରତ୍ୟେକ ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନରେ କରାଯାଉଥିବା ବେଳେ ଜବ୍‌ କାର୍ଡ ମାଧ୍ୟମରେ ଶ୍ରମିକମାନଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ଯାଉଛି। କିନ୍ତୁ ଠିକାଦାର ଉକ୍ତ ଟଙ୍କାରୁ ଶହେ କିମ୍ବା ୨ ଶହ ଟଙ୍କା ଜବ୍‌ କାର୍ଡଧାରୀଙ୍କୁ ଦେଇ ସବୁ ଟଙ୍କା ଉଠାଇ ଆଣୁଛନ୍ତି। ଟଙ୍କା ଲୁଟିବା ପାଇଁ ଠିକାଦାରଙ୍କୁ ସୁହାଇବା ଭଳି ଅନାବଶ୍ୟକ ସ୍ଥାନରେ ପ୍ରକଳ୍ପ କରାଯାଉଛି। ଏଠାରେ ପାରାଢିପି ପଞ୍ଚାୟତର ପତ୍ରପଢିଠାରୁ କଣ୍ଟିଆମ୍ବା ବାରିତଳ ରାସ୍ତା ନିର୍ମାଣକୁ ଉଦାହରଣ ରୂପେ ନିଆଯାଉ। ଜାକେଡା ପଞ୍ଚାୟତର ଶିମିଳିସାହି ଆର୍‌.ଡି ରାସ୍ତାଠାରୁ କଣ୍ଟିଆମ୍ବା ଗ୍ରାମ ମଧ୍ୟ ଦେଇ ବାଲଣ୍ଡା ପର୍ଯ୍ୟନ୍ତ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେଉଛି। ଅନ୍ୟପଟେ ନୂଆଗାଁ ବ୍ଲକ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୮ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ କଣ୍ଟିଆମ୍ବା ବାରିପଟେ ରାସ୍ତା ନିର୍ମାଣ ହେଉଛି। ଉକ୍ତ କାମ ମେଶିନ ଦ୍ୱାରା କରାଯାଇଥିବା ବେଳେ କେତେଜଣ ଲୋକଙ୍କୁ ସେହି ରାସ୍ତାରେ ଠିଆ କରାଇ ଡିସେମ୍ବର ୮ରୁ ପ୍ରତିଦିନ ଜିଓ ଟ୍ୟାଗ୍‌ କରି ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କ ନାମରେ ଟଙ୍କା ଉଠାଣ ଚାଲିଛି। ଏସବୁ ଅନିୟମିତତା ବାବଦରେ ଗାଁ ସାଥୀଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ମଧ୍ୟ ମେଶିନରେ ହୋଇଥିବା କାମକୁ ଶ୍ରମିକ କରୁଥିବା ମିଥ୍ୟା ତଥ୍ୟ ସରକାରଙ୍କୁ ପ୍ରଦାନ କରି ଅର୍ଥ ଲୁଟୁଛନ୍ତି। ସୂଚନା ଫଳକରେ ନଭେମ୍ବର ୩୦ରୁ କାର୍ଯ୍ୟାରମ୍ଭ ହୋଇଥିବା ଲେଖାଥିବା ବେଳେ ଅନ୍‌ ଲାଇନରେ ତାହା ଅକ୍ଟୋବର ୬ ଦର୍ଶାଯାଇଛି। ତେବେ ଏମ୍‌ଜିଏନଆରଇଜିଏସ୍‌ ଯୋଜନାର ପ୍ରତିଟି ନିୟମକାନୁନକୁ ଉଲ୍ଲଂଘନ କରି ଟଙ୍କା ଲୁଟ ହେଉଥିବାରୁ ଏହା ଏକ ପ୍ରହସନ ବୋଲି ବୁଦ୍ଧିଜୀବିମାନେ ମତ ରଖିଛନ୍ତି।

ଏ ବାବଦରେ ନୟାଗଡ଼ ଜିଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଗ୍ରାମ ସଭା ଏବଂ ପଲ୍ଲୀସଭାରେ ଯାହା ନିଷ୍ପତ୍ତି ନିଆ ଯାଏ ସେହି ସ୍ଥାନରେ କାମ ହୁଏ। ପ୍ରୋଜେକ୍ଟ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ବିଡିଓ କିମ୍ବା ଏପିଓ ତାହାର ଆବଶ୍ୟକତା ଦେଖିବା କଥା। କିନ୍ତୁ ସେମାନେ ତାହା କରୁ ନ ଥିବାରୁ ଏହି ଅସୁବିଧା ହେଉଛି। ଅଭିଯୋଗ ହେଲେ କାମ ବନ୍ଦ କରି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?