ପ୍ରହସନ ପାଲଟିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୂଆଗାଁ,୨୨।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପ୍ରହସନ ପାଲଟିଛି। ଏହି ଯୋଜନାର ସବୁ ନିୟମ କାନୁନକୁ ଉଲ୍ଲଂଘନ କରି ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଠିକାଦାର ମିଳିମିଶି ସରକାରଙ୍କ ଟଙ୍କା ଲୁଟୁଛନ୍ତି। ହେଲେ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଶ୍ରମିକମାନେ ଦାଦନ ଖଟିବାକୁ ନ ଯାଇ ନିଜ ପରିବାର ସହ ଗାଁରେ ରହି ରୋଜଗାର କରିବା ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ଶହେ ଦିନର କାମ ଯୋଗାଇ ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ନୂଆଗାଁ ବ୍ଲକରେ ପ୍ରତ୍ୟେକ ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନରେ କରାଯାଉଥିବା ବେଳେ ଜବ୍‌ କାର୍ଡ ମାଧ୍ୟମରେ ଶ୍ରମିକମାନଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ଯାଉଛି। କିନ୍ତୁ ଠିକାଦାର ଉକ୍ତ ଟଙ୍କାରୁ ଶହେ କିମ୍ବା ୨ ଶହ ଟଙ୍କା ଜବ୍‌ କାର୍ଡଧାରୀଙ୍କୁ ଦେଇ ସବୁ ଟଙ୍କା ଉଠାଇ ଆଣୁଛନ୍ତି। ଟଙ୍କା ଲୁଟିବା ପାଇଁ ଠିକାଦାରଙ୍କୁ ସୁହାଇବା ଭଳି ଅନାବଶ୍ୟକ ସ୍ଥାନରେ ପ୍ରକଳ୍ପ କରାଯାଉଛି। ଏଠାରେ ପାରାଢିପି ପଞ୍ଚାୟତର ପତ୍ରପଢିଠାରୁ କଣ୍ଟିଆମ୍ବା ବାରିତଳ ରାସ୍ତା ନିର୍ମାଣକୁ ଉଦାହରଣ ରୂପେ ନିଆଯାଉ। ଜାକେଡା ପଞ୍ଚାୟତର ଶିମିଳିସାହି ଆର୍‌.ଡି ରାସ୍ତାଠାରୁ କଣ୍ଟିଆମ୍ବା ଗ୍ରାମ ମଧ୍ୟ ଦେଇ ବାଲଣ୍ଡା ପର୍ଯ୍ୟନ୍ତ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେଉଛି। ଅନ୍ୟପଟେ ନୂଆଗାଁ ବ୍ଲକ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୮ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ କଣ୍ଟିଆମ୍ବା ବାରିପଟେ ରାସ୍ତା ନିର୍ମାଣ ହେଉଛି। ଉକ୍ତ କାମ ମେଶିନ ଦ୍ୱାରା କରାଯାଇଥିବା ବେଳେ କେତେଜଣ ଲୋକଙ୍କୁ ସେହି ରାସ୍ତାରେ ଠିଆ କରାଇ ଡିସେମ୍ବର ୮ରୁ ପ୍ରତିଦିନ ଜିଓ ଟ୍ୟାଗ୍‌ କରି ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କ ନାମରେ ଟଙ୍କା ଉଠାଣ ଚାଲିଛି। ଏସବୁ ଅନିୟମିତତା ବାବଦରେ ଗାଁ ସାଥୀଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ମଧ୍ୟ ମେଶିନରେ ହୋଇଥିବା କାମକୁ ଶ୍ରମିକ କରୁଥିବା ମିଥ୍ୟା ତଥ୍ୟ ସରକାରଙ୍କୁ ପ୍ରଦାନ କରି ଅର୍ଥ ଲୁଟୁଛନ୍ତି। ସୂଚନା ଫଳକରେ ନଭେମ୍ବର ୩୦ରୁ କାର୍ଯ୍ୟାରମ୍ଭ ହୋଇଥିବା ଲେଖାଥିବା ବେଳେ ଅନ୍‌ ଲାଇନରେ ତାହା ଅକ୍ଟୋବର ୬ ଦର୍ଶାଯାଇଛି। ତେବେ ଏମ୍‌ଜିଏନଆରଇଜିଏସ୍‌ ଯୋଜନାର ପ୍ରତିଟି ନିୟମକାନୁନକୁ ଉଲ୍ଲଂଘନ କରି ଟଙ୍କା ଲୁଟ ହେଉଥିବାରୁ ଏହା ଏକ ପ୍ରହସନ ବୋଲି ବୁଦ୍ଧିଜୀବିମାନେ ମତ ରଖିଛନ୍ତି।

ଏ ବାବଦରେ ନୟାଗଡ଼ ଜିଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଗ୍ରାମ ସଭା ଏବଂ ପଲ୍ଲୀସଭାରେ ଯାହା ନିଷ୍ପତ୍ତି ନିଆ ଯାଏ ସେହି ସ୍ଥାନରେ କାମ ହୁଏ। ପ୍ରୋଜେକ୍ଟ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ବିଡିଓ କିମ୍ବା ଏପିଓ ତାହାର ଆବଶ୍ୟକତା ଦେଖିବା କଥା। କିନ୍ତୁ ସେମାନେ ତାହା କରୁ ନ ଥିବାରୁ ଏହି ଅସୁବିଧା ହେଉଛି। ଅଭିଯୋଗ ହେଲେ କାମ ବନ୍ଦ କରି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri