Categories: ବାଣିଜ୍ୟ

ଏମ୍‌ଜି ପକ୍ଷରୁ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୬ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମୋରିସ ଗ୍ୟାରେଜ (ଏମ୍‌ଜି)ର ବହୁ ପ୍ରତୀକ୍ଷିତ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏମ୍‌ଜି ମୋଟର ପକ୍ଷରୁ ନିକଟରେ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ର ସର୍ବଭାରତୀୟସ୍ତରରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭାରତର ପ୍ରଥମ ଅଟୋନୋମସ୍‌ (ଲେଭେଲ୍‌-୧) ପ୍ରିମିୟମ ଏସ୍‌ୟୁଭି ଏବେ ନୂଆ ଓ ଆଡ୍‌ଭାନ୍ସଡ୍‌ ସେଫ୍ଟି, ଷ୍ଟାଇଲ୍‌ ଓ ଟେକ୍ନୋଲୋଜି ଏନ୍‌ହାନ୍ସମେଣ୍ଟ ସହ ଆସିଛି। ଗ୍ଲୋଷ୍ଟର୍‌ର ଆଡ୍‌ଭାନ୍ସଡ୍‌ ଡ୍ରାଇଭର ଆସିଷ୍ଟ ସିଷ୍ଟମ (ଏଡିଏଏସ୍‌)ରେ ଡୋର୍‌ ଓପନ୍‌ ୱାର୍ନିଂ (ଡିଓଡବ୍ଲ୍ୟୁ), ରିୟର କ୍ରସ୍‌ ଟ୍ରାଫିକ୍‌ ଆଲର୍ଟ (ଆର୍‌ସିଟିଏ) ଓ ଲେନ୍‌ ଚେଞ୍ଜ୍‌ ଆସିଷ୍ଟ (ଏଲ୍‌ସିଏ) ଭଳି ଅତିରିକ୍ତ ଫିଚର ରହିଛି। ୩୦ଟି ଷ୍ଟାଣ୍ଡାର୍ଡ ସେଫ୍ଟି ଫିଚର ସହ ଅନ୍ତର୍ଭୁକ୍ତ ନୂଆ ଫିଚରଗୁଡିକ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌କୁ ଏକ ସୁରକ୍ଷିତ ଓ ସୁଗମ ଡ୍ରାଇଭ୍‌ରେ ପରିଣତ କରିଛି। ନୂଆକରି ଶୁଭାରମ୍ଭ ହୋଇଥିବା ‘ଡିପ୍‌ ଗୋଲ୍ଡେନ୍‌’ ରଙ୍ଗ ବିକଳ୍ପରେ ଏହାକୁ ଏବେ ପ୍ରଦାନ କରାଯାଉଛି, ଯାହା ଏସ୍‌ୟୁଭିର ବିଳାସପୂର୍ଣ୍ଣ ଆବେଦନକୁ ଉନ୍ନତ କରୁଛି। ଏହା ପୂର୍ବରୁ ବିଦ୍ୟମାନ ଥିବା ମେଟାଲ ବ୍ଲାକ୍‌, ମେଟାଲ୍‌ ଆଶ୍‌ ଓ ୱାର୍ମ ହ୍ବାଇଟ୍‌
ରଙ୍ଗରେ ସାମିଲ ରହିଛି। ଏମ୍‌ଜି ମୋଟର ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜୀବ ଛାବା କହିଛନ୍ତି, ଏଥିରେ ବୈଷୟିକ ବ୍ୟାଘାତ, କ୍ରମାଗତ ବିବର୍ତ୍ତନ ଓ ସର୍ବୋତ୍ତମ ଶ୍ରେଣୀର ଗ୍ରାହକ ଅଭିଜ୍ଞତା ଆଦି ଆମ ପାଇଁ ପ୍ରମୁଖ ପ୍ରାଥମିକତା । ଏହାର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ ଶୋ’ରୁମ୍‌ ନୂଆଦିଲ୍ଲୀ) ୩୧.୯୯ ଲକ୍ଷ ଟଙ୍କା ରହିଛି।

Share