ନୌସେନାର ହେଲିକପ୍ଟର କ୍ରାସ୍‌: ୧୪ ମୃତ

ମାକ୍ସିକୋ,୧୬।୭: ମାକ୍ସିକୋର ସିନାଲୋଆରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାକ୍ସିକୋର ସେନା ହେଲିକପ୍ଟର ବ୍ଲାକ ହୋକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସେନା ହେଲିକପ୍ଟରରେ ୧୫ ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଉଦ୍ଧାରକାରୀମାନେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ, ମାକ୍ସିକୋ ନୌସେନାର ହେଲିକପ୍ଟର ବ୍ଲାକ ହୋକ ସିନାଲୋଆର ଲସ୍‌ ମୋଚିସରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନୌସେନା ପକ୍ଷରୁ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।

Share