ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ରାଷ୍ଟ୍ରପତି

ମେକ୍ସିକୋ ସିଟି,୧୧।୧: ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ଥର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଓବ୍ରାଡୋର କହିଛନ୍ତି, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତ ବର୍ଷ ଆରମ୍ଭରେ ମଧ୍ୟ ସେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା।
ରାଷ୍ଟ୍ରପତି ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଯଦିଓ ଏହାର ଲକ୍ଷଣ ସାମାନ୍ୟ, ତଥାପି ମୁଁ ଅଲଗା ରହିବି ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସଭା ଅନଲାଇନରେ କରିବି। ଗୃହ ମନ୍ତ୍ରୀ ଏଦାନ ଅଗଷ୍ଟୋ ଲୋପେଜ ହର୍ଣ୍ଣାଡେଜ୍‌ ମୋ ତରଫରୁ ଖବରଦାତା ସମ୍ମିଳନୀ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ, ରାଷ୍ଟ୍ରପତି ମେକ୍ସିକୀୟମାନଙ୍କୁ କହିଥିଲେ ଯେ, ଯଦି ଆପଣଙ୍କର ଲକ୍ଷଣ ଅଛି, ତେବେ ଆପଣ ସଂକ୍ରମିତ ବୋଲି ଭାବନ୍ତୁ। ଗତ ସପ୍ତାହରେ ସଂକ୍ରମଣରେ ୧୮୬ ପ୍ରତିଶତ ବୃଦ୍ଧି ହୋଇଥିଲା।

Share