ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟାହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ, ଛୋଟ ଛୋଟ କଟାଯାଇଥିବା ଗୋଟିଏ ଗାଜର, କ୍ୟାପ୍ସିକମ୍‌, କଟା ଟମାଟୋ ୧/୨ କପ୍‌, ସିଝା ମକା , କଟା ପିଆଜ, ୩ଟି ରସୁଣ କୋଲା, ତେଲ ୨ ଚାମଚ, ଜିରା ୧/୪ ଚାମଚ, ଧନିଆ ପାଉଡର ୧/୨ ଚାମଚ, ଓରିଗାନୋ ୧/୨ ଚାମଚ , ଲାଲ୍‌ ଲଙ୍କା ପାଉଡର ୧/୨ ଚାମଚ, ଚିଜ୍‌ କ୍ୟୁବ୍‌ ୨ ଟା, ଟମାଟୋ ସସ୍‌ ୧ ଚାମଚ।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ସେଥିରେ ଜିରା ଏବଂ କଟା ପିଆଜ, ରସୁଣ ପକାଇ ଭାଜନ୍ତୁ। ସେଥିରେ କଟା କ୍ୟାପ୍ସିକମ୍‌, ଗାଜର, ଟମାଟୋ ଏବଂ ଅଳ୍ପ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ବର୍ତ୍ତମାନ ଏଥିରେ ବିନ୍ସ, ରାଜ୍‌ମା, ସିଝା ମକା ଏବଂ ସବୁ ମସଲା ପକାଇ ୫ ମିନିଟ୍‌ ଘୋଡ଼ାଇ ଦିଅନ୍ତୁ। ଏହା ପରେ ଏଥିରେ ଭାତ ଏବଂ ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଚୁଲା ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌। ଏହା ଉପରେ ଚିଜ୍‌ ପକାଇ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଅନ୍ତୁ।