Categories: ଜାତୀୟ

ପାଲକ୍କାଡରୁ ଲଢ଼ିବେ ମେଟ୍ରୋମ୍ୟାନ୍‌

ନୂଆଦିଲ୍ଲୀ,୧୫।୩(ଆଇଏଏନ୍‌ଏସ୍‌): କେରଳ ବିଧାନସଭା ନିର୍ବାଚନ ପାଇଁ ଭାଜପା ରବିବାର ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟ ଭାଜପା ସଭାପତି କେ. ସୁରେନ୍ଦ୍ରନ୍‌ ଦୁଇଟି ଆସନ ମଞ୍ଜେଶ୍ୱର ଏବଂ କୋନ୍ନିରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ମେଟ୍ରୋମ୍ୟାନ୍‌ ଇ. ଶ୍ରୀଧରନଙ୍କୁ ପାଲକ୍କାଡ଼ରୁ ପ୍ରାର୍ଥୀ କରାଯାଇଛି। ଭାଜପା କେରଳରେ ୧୧୫ ଆସନରେ ଲଢ଼ିବ। ଭାଜପାର ପୂର୍ବତନ ରାଜ୍ୟ ସଭାପତି କୁମ୍ମନମ ରାଜଶେଖରନ୍‌ ନେମୋମ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ଜେ. ଆଲଫୋନ୍ସ କଞ୍ଜିରାପଲ୍ଲୀରୁ ପ୍ରାର୍ଥୀ ହୋଇଛନ୍ତି।

Share