Categories: ଜାତୀୟ

ମେଟ୍ରୋ ମ୍ୟାନ୍‌ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ବେଙ୍ଗାଲୁୂରୁ,୪।୩: ବିଧାନସଭା ନିର୍ବାଚନ ପୂର୍ବରୁ କେରଳରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ଭାଜପା ପକ୍ଷରୁ ମେଟ୍ରୋ ମ୍ୟାନ୍‌ ଭାବେ ଖ୍ୟାତି ହାସଲ କରିଥିବା ଈ.ଶ୍ରୀଧରନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବା ଲାଗି ସ୍ଥିର ହୋଇଛି। କେବଳ ଔପଚାରିକ ଘୋଷଣା ବାକି ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଭାଜପାରେ ଶ୍ରୀଧରନଙ୍କୁ ସାମିଲ କରାଇବା ବଡ଼ ଉପଲବ୍ଧି ଭାବେ ବିବେଚନା କରାଯାଉଛି। ମେଟ୍ରୋ ମ୍ୟାନ୍‌ ନାମରେ ଶ୍ରୀଧରନ୍‌ଙ୍କ ଭାବମୂର୍ତ୍ତି ସମ୍ପୂର୍ଣ୍ଣ ନିର୍ମଳ ରହିଛି। ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ୍‌ ତାରିଫ୍‌ କରିଥିଲେ। ମୋଦି ଜଣେ ଶ୍ରେଷ୍ଠ ରାଜନେତା ଏବଂ ତାଙ୍କର ହାତରେ ଦେଶର ଭବିଷ୍ୟତ ଅଧିକ ଭଳ ହେବ ବୋଲି ଶ୍ରୀଧରନ୍‌ କହିଥିଲେ। ସୂଚନାଯୋଗ୍ୟ, ୮୮ ବର୍ଷ ବୟସ୍କ ଶ୍ରୀଧରନ୍‌ଙ୍କୁ ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Share