Categories: ବାଣିଜ୍ୟ

ମେଟ୍ରୋ କମ୍ପ୍ୟୁଟେକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୯।୧୧: ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକ ଆଇଟି ଓ ଟୋକ୍ନୋଲୋଜି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଶେଷକରି ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ ଶହୀନନଗରଠାରେ ଏକ ଅତ୍ୟାଧୁନିକ ଆଇଟି ଷ୍ଟୋର ‘ମେଟ୍ରୋ କମ୍ପ୍ୟୁଟେକ୍‌’ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସଂସ୍ଥାର ପ୍ରତିଷ୍ଠାତା ଅନଙ୍ଗ କୁମାର ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋରର ଶାଖା ପରିଚାଳକ ଅଶୋକ କୁମାର ସ୍ବାଇଁ, ସୁମନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏଠାରେ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀର ଲାପ୍‌ଟପ୍‌, କମ୍ପ୍ୟୁଟର, ଭିଡିଓ ଗେମ୍‌ କନ୍ସୋଲ୍‌, ଡ୍ରୋନ୍‌, ହେଡ୍‌ଫୋନ୍‌, ସ୍ପିକର, କେସ୍‌ ଏବଂ କଭର ସାଙ୍ଗକୁ ସ୍ମାର୍ଟ କ୍ୟାମେରା, ମୋସନ୍‌ ସେନ୍ସର, ସ୍ମାର୍ଟ ସ୍ମୋକ୍‌ ଡିଟେକ୍ଟର ଭଳି ଗୃହୋପକରଣ ଉପଲବ୍ଧ। ସେହିଭଳି ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକର ଅତ୍ୟାଧୁନିକ ସ୍ମାର୍ଟ ଡିଭାଇସ୍‌, ହାଇ-ଟେକ୍‌ ଟଚ୍‌ସ୍କ୍ରିନ, ଟେଲିକମ୍‌ ସେବା, ଆସେସୋରିଜ୍‌ ଏବଂ ଅନ୍ୟାନ୍ୟ ଉତ୍ପାଦ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି।

Share