Posted inଜାତୀୟ

ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୬।୬ : ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ଏକ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହି ଝଡକୁ ‘ବିପର୍ଯ୍ୟୟ’ ଭାବେ ନାମିତ କରାଯାଇଛି। ଏହି ନାମ ବାଂଲାଦେଶ ଦେଇଛି।

ପାଣିପାଗ ବିଭାଗ ଏକ ବୁଲେଟିନରେ କହିଛି ପୂର୍ବାହ୍ନ ସାଢ଼େ ୮ରେ ଲଘୁଚାପ ଅଞ୍ଚଳ ଦକ୍ଷିଣ-ପଶ୍ଚିମ ଗୋଆ ଠାରୁ ୯୫୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପଶ୍ଚିମ ମୁମ୍ବାଇ ଠାରୁ ୧୧୦୦ କିଲୋମିଟର, ଦକ୍ଷିଣ ପୋରବନ୍ଦର ଠାରୁ ୧,୧୯୦ କିଲୋମିଟର ଏବଂ ପାକିସ୍ଥାନର ଦକ୍ଷିଣ କରାଚି ଠାରୁ ୧୪୯୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ରେଶନ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ। ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଏହା ଏକ ଝଡ଼ର ରୂପ ଧାରଣ କରିବାର ସମ୍ଭାବନା ଅଛି ।

ପାଣିପାଗ ବିଭାଗ କହିଛି ଗୁରୁବାର (ଜୁନ ୮) ସକାଳ ସୁଦ୍ଧା ଘଡ଼ରେ ପରିଣତ ହୋଇ ଶୁକ୍ରବାର (ଜୁନ ୯) ସନ୍ଧ୍ୟା ସୁଦ୍ଧା ଏକ ଭୟଙ୍କର ରୂପ ନେଇପାରେ। ଏହାର ସିଧାସଳଖ ପ୍ରଭାବ କେରଳ-କର୍ନାଟକ ଏବଂ ଲାକ୍ଷାଦ୍ୱୀପ-ମାଲଦ୍ୱୀପ ଉପକୂଳରେ ଦେଖାଯିବ। ଏହା ସହିତ ଜୁନ ୮ରୁ ୧୦ ପର୍ଯ୍ୟନ୍ତ କୋଙ୍କଣ-ଗୋଆ-ମହାରାଷ୍ଟ୍ର ଉପକୂଳରେ ସମୁଦ୍ରରେ ବହୁତ ଉଚ୍ଚ ଜୁଆର ସୃଷ୍ଟି ହେବାର ସମ୍ଭାବନା ଅଛି। ବିପଦକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri