ଆକାଶରୁ ହେଲା ଉଲ୍‌କା ବର୍ଷା: ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସିଲା ମାଡ଼ି

ଦୁବାଇ,୧୪।୧୨: ଆକାଶରୁ ଉଲକା ବର୍ଷା ହେବାର ମହାଜାଗତିକ ଦୃଶ୍ୟ ରବିବାର ରାତ୍ରରେ ଦେଖିବାକୁ ମିଳିଛି। ଏଭଳି ଉଲ୍‌କା ବର୍ଷା ଜେମିନି(ମିଥୁନ) ନକ୍ଷତ୍ରପୁଞ୍ଜରୁ ହେଉଥିବାରୁ ଏହାକୁ ଜେମିନିଡ୍‌ କୁହାଯାଇଥାଏ। ଦୁବାଇରେ ଏକ ଘଣ୍ଟା ଧରି ଏହା ଜାରି ରହିଥିଲା। ଏଠାରେ ୧୨୦ ପାଖାପାଖି ଉଲ୍‌କା ପିଣ୍ଡ ପଡ଼ିଥିବା କୁହାଯାଉଛି। ଜେମିନି ନକ୍ଷତ୍ରପୁଞ୍ଜରୁ ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ଆସିଥିବା ମହାକାଶ ବିଜ୍ଞାନୀମାନେ କହିଛନ୍ତି। ଗତ ୧୯୭ ବର୍ଷ ଧରି ଏଭଳି ଉଲ୍‌କା ବର୍ଷା ହୋଇ ଆସୁଛି। ୧୮୩୩ରେ ପ୍ରଥମଥର ପାଇଁ ଆମେରିକାର ମିସିସିପି ନଦୀ ଉପରେ ଉଲ୍‌କା ବର୍ଷା ହୋଇଥିଲା। ପ୍ରଥମେ ଘଣ୍ଟାରେ ୧୦ରୁ ୧୫ରୁ ଉଲ୍‌କା ପାତ ହେଉଥିବାବେଳେ ଏବେ ଏହାର ସଂଖ୍ୟା ବୃଦ୍ଧି ପାଇ ୧୦୦ରୁ ଅଧିକରେ ପହଞ୍ଚିଥିବା ମହାକାଶ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ଏହି ଦୃଶ୍ୟ ଏସିଆରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଦୃଷ୍ଟି ଗୋଚର ହୋଇଛି।

Share