ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ ଯାଉଛନ୍ତି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଫେସ୍‌ବୁକ୍‌ ଆଗାମୀ ୫ ବର୍ଷ ମଧ୍ୟରେ ‘ମେଟାଭର୍ସ’ରେ ପରିଣତ ହେବ ଏବଂ ଲୋକେ କଳ୍ପନା କରୁଥିବା ଦୁନିଆରେ ରହିବା ଭଳି ନିଆରା ଅନୁଭୂତି ଇଣ୍ଟରନେଟ ମାଧ୍ୟମରେ ନେବେ। ଆଗାମୀ ଦିନରେ ଏହା ମୋବାଇଲ୍‌ ଇଣ୍ଟରନେଟର ନୂଆ ଅବତାର ହେବ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ଏଥିପାଇଁ ୟୁରୋପରେ ୧୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବେ ବୋଲି ଜୁକରବର୍ଗ ଘୋଷଣା କରିଛନ୍ତି। ଏହାପରଠାରୁ ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ‘ମେଟାଭର୍ସ’ ଶବ୍ଦ।

ମେଟାଭର୍ସ କ’ଣ

ମେଟାଭର୍ସ ଭର୍ଚୁଆଲ ସ୍ପେସ୍‌ର ଏକ ସେଟ୍‌। ଏହା ଅନ୍‌ଲାଇନ୍‌ ୩ ଡାଇମେନସନ୍‌ ବା ୩ଡି ଦୁନିଆ ଭଳି କାର୍ଯ୍ୟ କରିବ। ମେଟାଭର୍ସ ଭର୍ଚୁଆଲ ସ୍ପେସ୍‌ ବ୍ୟବହାର ଦ୍ୱାରା ଜଣେ ବ୍ୟକ୍ତି ଘରେ ଥାଇ ମଧ୍ୟ ବିଭିନ୍ନ ଓ୍ବେବସାଇଟ୍‌, ସୋସିଆଲ ମିଡିଆ ତଥା ଆପ୍‌ ଦ୍ୱାରା ବାହାରେ ବୁଲିବାର ମଜା ନେବା, ଖେଳିବା, ଅଫିସ୍‌ରେ କାମ କରିବା, ବନ୍ଧୁଙ୍କ ସହ ସମୟ ବିତାଇବା, ସାମଗ୍ରୀ କିଣିବା ସହ ଅନେକ କିଛି କାର୍ଯ୍ୟ କରିବାରେ ସକ୍ଷମ ହେବେ। ଅନ୍‌ଲାଇନରେ ସମୟର ଉପଯୁକ୍ତ ବ୍ୟବହାର ଦିଗରେ ଏହି ଟେକ୍ନୋଲୋଜି ସହାୟକ ହେବ। ଅଗ୍‌ମେଣ୍ଟେଡ୍‌ ଏବଂ ଭର୍ଚୁଆଲ ରିୟଲିଟିର ଏହା ମିଶ୍ରିତ ରୂପ। ଦୁନିଆର ବିଭିନ୍ନ ସ୍ଥାନର ଭର୍ଚୁଆଲ ଦୃଶ୍ୟକୁ ଗୋଟିଏ ସ୍ଥାନରେ ରହି ଦେଖିବା, ଅନୁଭୂତି ସାଉଁଟିବା ତଥା ବାସ୍ତବତା ଉପଭୋଗ କରିବା ଭଳି ସୁଯୋଗ ପ୍ରଦାନ କରିବ ଏହି ନୂଆ କନ୍‌ସେପ୍ଟ। ଉଦାହରଣ ଭାବେ ବୁଝିବାକୁ ହେଲେ, ମନେକରନ୍ତୁ ଆପଣ ଘରେ ବସିଛନ୍ତି। ଏହି ସମୟରେ ଆପଣ ବନ୍ଧୁଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ମେଟାଭର୍ସ ଟେକ୍ନୋଲୋଜି ଦ୍ୱାରା ଆପଣ ସଙ୍ଗେସଙ୍ଗେ ସେହି ବନ୍ଧୁଙ୍କୁ ପାଖରେ ଦେଖିପାରିବେ ଏବଂ କଥା ହୋଇପାରିବେ। ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ବାସ୍ତବ ଭଳି ଅନୁଭୂତ ହେବ। ସେହିପରି ଘରେ ଥାଇ ମଧ୍ୟ ଆପଣ ଅଫିସ୍‌ରେ ଉପସ୍ଥିତ ରହିପାରିବେ ଏବଂ କାର୍ଯ୍ୟାଳୟ ଭଳି ପରିବେଶରେ କାମ କରିପାରିବେ। ମଣିଷ ନିଜ ଇନ୍ଦ୍ରିୟଗୁଡ଼ିକୁ ସକ୍ରିୟ କରିବାକୁ ଅନେକ ଡିଭାଇସ୍‌ ପ୍ରସ୍ତୁତ କରିଛି। ଭବିଷ୍ୟତରେ ସ୍ପର୍ଶ ଏବଂ ଗନ୍ଧ ବାରିପାରିବା ନିମନ୍ତେ କାରିଗରି ଉପରକରଣ ପ୍ରସ୍ତୁତି ନିମନ୍ତେ ଉଦ୍ୟମ ଚାଲିଛି। ସେ ଦିଗରେ ମେଟାଭର୍ସ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ।

ମେଟାଭର୍ସର ଉତ୍ପତ୍ତି

ଲେଖକ ନୀଲ ଷ୍ଟିଫେନସନ୍‌ ତାଙ୍କ ସାଇନ୍ସ ଫିକ୍ସନ ଉପନ୍ୟାସ ‘ସ୍ନୋ କ୍ରାଶ୍‌’ରେ ପ୍ରଥମେ ମେଟାଭର୍ସ ଶବ୍ଦ ଉଲ୍ଲେଖ କରିଥିଲେ। ୧୯୯୨ରେ ଏହି ଉପନ୍ୟାସ ପ୍ରକାଶିତ ହୋଇଥିଲା। ଏଥିରେ ସେ ମେଟାଭର୍ସକୁ ଏକ ୩-ଡି ଦୁନିଆ ଭାବେ ବର୍ଣ୍ଣନା କରିଥିଲେ। ଭବିଷ୍ୟତରେ ଇଣ୍ଟରନେଟ୍‌ର ରୂପରେଖକୁ ମେଟାଭର୍ସ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ। ୩-ଡି ଭର୍ଚୁଆଲ ଦୁନିଆରେ ଲୋକମାନେ ମୁକ୍ତ ଭାବରେ ବୁଲିବା ସହିତ ପରସ୍ପର ସହ ମିଶିବାରେ ସକ୍ଷମ ହେବେ। କରୋନା ମହାମାରୀବେଳେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ପରେ ଏବେ ମେଟାଭର୍ସର ଗୁରୁତ୍ୱ ବଢ଼ିଯାଇଛି। ଘରେ ରହି କାମକରିବା ଅନେକଙ୍କ ଅଭ୍ୟାସରେ ପରିଣତ ହୋଇଛି। ଏହାକୁ ଆହୁରି ସହଜ କରିବା ନିମନ୍ତେ ମେଟାଭର୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।

କ’ଣ ରହିଛି ଚ୍ୟାଲେଞ୍ଜ

ବିଶେଷଜ୍ଞଙ୍କ ମତରେ ମେଟାଭର୍ସ ଟେକ୍ନୋଲୋଜି ପାଇଁ ଆବଶ୍ୟକ ଭିତ୍ତିଭୂମି ଏବେ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇପାରିନାହିଁ। ସମ୍ପ୍ରତି ଇଣ୍ଟରନେଟ ଡିଜାଇନ୍‌ର ସୀମା ନିର୍ଦ୍ଧାରିତ। ମେଟାଭର୍ସକୁ ବିକଶିତ କରିବାକୁ ହେଲେ ପାରମ୍ପରିକ ଇଣ୍ଟରନେଟ୍‌ ପରିବର୍ତ୍ତେ ଅଧିକ ଦକ୍ଷ ମାନକ ଏବଂ ପ୍ରୋଟୋକଲ୍‌ ଆବଶ୍ୟକ। ମେଟାଭର୍ସ ଦ୍ୱାରା ଡାଟା ସୁରକ୍ଷା ଉପରେ ପ୍ରଶ୍ନ ଉଠିପାରେ। ତଥ୍ୟର ନିରାପତ୍ତା ପାଇଁ ୟୁଜର୍ସ ଏବଂ କମ୍ପାନୀ ମଧ୍ୟରେ ଚୁକ୍ତି ହେବା ଜରୁରୀ।
ଚସନ୍ସରଶିପ୍‌, ଯୋଗାଯୋଗ ଉପରେ ନିୟନ୍ତ୍ରଣ, ଅନ୍‌ଲାଇନ ଅପରାଧ ଆଦି ପାଇଁ ନିୟମ ଆଣିବାକୁ ପଡ଼ିବ। ଏହାବ୍ୟତୀତ ମେଟାଭର୍ସ ବ୍ୟବହାର ପାଇଁ ଦ୍ରୁତଗତିର ଇଣ୍ଟରନେଟ ଆବଶ୍ୟକ। ଏଥିନିମନ୍ତେ ୬ଜି ସ୍ପିଡ୍‌ ଦରକାର ଥିବାବେଳେ ଏବେ ପୂରା ବିଶ୍ୱରେ ୫ଜି ନେଟ୍‌ଓ୍ବର୍କର ବ୍ୟବହାର ପାଇଁ କାମ ଚାଲିଛି। ତେଣୁ ନିକଟ ଭବିଷ୍ୟତରେ ମେଟାଭର୍ସ ବାସ୍ତବ ରୂପ ନେବା ସମ୍ଭାବନା କମ୍‌ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri