ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ ଯାଉଛନ୍ତି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଫେସ୍‌ବୁକ୍‌ ଆଗାମୀ ୫ ବର୍ଷ ମଧ୍ୟରେ ‘ମେଟାଭର୍ସ’ରେ ପରିଣତ ହେବ ଏବଂ ଲୋକେ କଳ୍ପନା କରୁଥିବା ଦୁନିଆରେ ରହିବା ଭଳି ନିଆରା ଅନୁଭୂତି ଇଣ୍ଟରନେଟ ମାଧ୍ୟମରେ ନେବେ। ଆଗାମୀ ଦିନରେ ଏହା ମୋବାଇଲ୍‌ ଇଣ୍ଟରନେଟର ନୂଆ ଅବତାର ହେବ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ଏଥିପାଇଁ ୟୁରୋପରେ ୧୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବେ ବୋଲି ଜୁକରବର୍ଗ ଘୋଷଣା କରିଛନ୍ତି। ଏହାପରଠାରୁ ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ‘ମେଟାଭର୍ସ’ ଶବ୍ଦ।

ମେଟାଭର୍ସ କ’ଣ

ମେଟାଭର୍ସ ଭର୍ଚୁଆଲ ସ୍ପେସ୍‌ର ଏକ ସେଟ୍‌। ଏହା ଅନ୍‌ଲାଇନ୍‌ ୩ ଡାଇମେନସନ୍‌ ବା ୩ଡି ଦୁନିଆ ଭଳି କାର୍ଯ୍ୟ କରିବ। ମେଟାଭର୍ସ ଭର୍ଚୁଆଲ ସ୍ପେସ୍‌ ବ୍ୟବହାର ଦ୍ୱାରା ଜଣେ ବ୍ୟକ୍ତି ଘରେ ଥାଇ ମଧ୍ୟ ବିଭିନ୍ନ ଓ୍ବେବସାଇଟ୍‌, ସୋସିଆଲ ମିଡିଆ ତଥା ଆପ୍‌ ଦ୍ୱାରା ବାହାରେ ବୁଲିବାର ମଜା ନେବା, ଖେଳିବା, ଅଫିସ୍‌ରେ କାମ କରିବା, ବନ୍ଧୁଙ୍କ ସହ ସମୟ ବିତାଇବା, ସାମଗ୍ରୀ କିଣିବା ସହ ଅନେକ କିଛି କାର୍ଯ୍ୟ କରିବାରେ ସକ୍ଷମ ହେବେ। ଅନ୍‌ଲାଇନରେ ସମୟର ଉପଯୁକ୍ତ ବ୍ୟବହାର ଦିଗରେ ଏହି ଟେକ୍ନୋଲୋଜି ସହାୟକ ହେବ। ଅଗ୍‌ମେଣ୍ଟେଡ୍‌ ଏବଂ ଭର୍ଚୁଆଲ ରିୟଲିଟିର ଏହା ମିଶ୍ରିତ ରୂପ। ଦୁନିଆର ବିଭିନ୍ନ ସ୍ଥାନର ଭର୍ଚୁଆଲ ଦୃଶ୍ୟକୁ ଗୋଟିଏ ସ୍ଥାନରେ ରହି ଦେଖିବା, ଅନୁଭୂତି ସାଉଁଟିବା ତଥା ବାସ୍ତବତା ଉପଭୋଗ କରିବା ଭଳି ସୁଯୋଗ ପ୍ରଦାନ କରିବ ଏହି ନୂଆ କନ୍‌ସେପ୍ଟ। ଉଦାହରଣ ଭାବେ ବୁଝିବାକୁ ହେଲେ, ମନେକରନ୍ତୁ ଆପଣ ଘରେ ବସିଛନ୍ତି। ଏହି ସମୟରେ ଆପଣ ବନ୍ଧୁଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ମେଟାଭର୍ସ ଟେକ୍ନୋଲୋଜି ଦ୍ୱାରା ଆପଣ ସଙ୍ଗେସଙ୍ଗେ ସେହି ବନ୍ଧୁଙ୍କୁ ପାଖରେ ଦେଖିପାରିବେ ଏବଂ କଥା ହୋଇପାରିବେ। ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ବାସ୍ତବ ଭଳି ଅନୁଭୂତ ହେବ। ସେହିପରି ଘରେ ଥାଇ ମଧ୍ୟ ଆପଣ ଅଫିସ୍‌ରେ ଉପସ୍ଥିତ ରହିପାରିବେ ଏବଂ କାର୍ଯ୍ୟାଳୟ ଭଳି ପରିବେଶରେ କାମ କରିପାରିବେ। ମଣିଷ ନିଜ ଇନ୍ଦ୍ରିୟଗୁଡ଼ିକୁ ସକ୍ରିୟ କରିବାକୁ ଅନେକ ଡିଭାଇସ୍‌ ପ୍ରସ୍ତୁତ କରିଛି। ଭବିଷ୍ୟତରେ ସ୍ପର୍ଶ ଏବଂ ଗନ୍ଧ ବାରିପାରିବା ନିମନ୍ତେ କାରିଗରି ଉପରକରଣ ପ୍ରସ୍ତୁତି ନିମନ୍ତେ ଉଦ୍ୟମ ଚାଲିଛି। ସେ ଦିଗରେ ମେଟାଭର୍ସ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ।

ମେଟାଭର୍ସର ଉତ୍ପତ୍ତି

ଲେଖକ ନୀଲ ଷ୍ଟିଫେନସନ୍‌ ତାଙ୍କ ସାଇନ୍ସ ଫିକ୍ସନ ଉପନ୍ୟାସ ‘ସ୍ନୋ କ୍ରାଶ୍‌’ରେ ପ୍ରଥମେ ମେଟାଭର୍ସ ଶବ୍ଦ ଉଲ୍ଲେଖ କରିଥିଲେ। ୧୯୯୨ରେ ଏହି ଉପନ୍ୟାସ ପ୍ରକାଶିତ ହୋଇଥିଲା। ଏଥିରେ ସେ ମେଟାଭର୍ସକୁ ଏକ ୩-ଡି ଦୁନିଆ ଭାବେ ବର୍ଣ୍ଣନା କରିଥିଲେ। ଭବିଷ୍ୟତରେ ଇଣ୍ଟରନେଟ୍‌ର ରୂପରେଖକୁ ମେଟାଭର୍ସ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ। ୩-ଡି ଭର୍ଚୁଆଲ ଦୁନିଆରେ ଲୋକମାନେ ମୁକ୍ତ ଭାବରେ ବୁଲିବା ସହିତ ପରସ୍ପର ସହ ମିଶିବାରେ ସକ୍ଷମ ହେବେ। କରୋନା ମହାମାରୀବେଳେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ପରେ ଏବେ ମେଟାଭର୍ସର ଗୁରୁତ୍ୱ ବଢ଼ିଯାଇଛି। ଘରେ ରହି କାମକରିବା ଅନେକଙ୍କ ଅଭ୍ୟାସରେ ପରିଣତ ହୋଇଛି। ଏହାକୁ ଆହୁରି ସହଜ କରିବା ନିମନ୍ତେ ମେଟାଭର୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।

କ’ଣ ରହିଛି ଚ୍ୟାଲେଞ୍ଜ

ବିଶେଷଜ୍ଞଙ୍କ ମତରେ ମେଟାଭର୍ସ ଟେକ୍ନୋଲୋଜି ପାଇଁ ଆବଶ୍ୟକ ଭିତ୍ତିଭୂମି ଏବେ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇପାରିନାହିଁ। ସମ୍ପ୍ରତି ଇଣ୍ଟରନେଟ ଡିଜାଇନ୍‌ର ସୀମା ନିର୍ଦ୍ଧାରିତ। ମେଟାଭର୍ସକୁ ବିକଶିତ କରିବାକୁ ହେଲେ ପାରମ୍ପରିକ ଇଣ୍ଟରନେଟ୍‌ ପରିବର୍ତ୍ତେ ଅଧିକ ଦକ୍ଷ ମାନକ ଏବଂ ପ୍ରୋଟୋକଲ୍‌ ଆବଶ୍ୟକ। ମେଟାଭର୍ସ ଦ୍ୱାରା ଡାଟା ସୁରକ୍ଷା ଉପରେ ପ୍ରଶ୍ନ ଉଠିପାରେ। ତଥ୍ୟର ନିରାପତ୍ତା ପାଇଁ ୟୁଜର୍ସ ଏବଂ କମ୍ପାନୀ ମଧ୍ୟରେ ଚୁକ୍ତି ହେବା ଜରୁରୀ।
ଚସନ୍ସରଶିପ୍‌, ଯୋଗାଯୋଗ ଉପରେ ନିୟନ୍ତ୍ରଣ, ଅନ୍‌ଲାଇନ ଅପରାଧ ଆଦି ପାଇଁ ନିୟମ ଆଣିବାକୁ ପଡ଼ିବ। ଏହାବ୍ୟତୀତ ମେଟାଭର୍ସ ବ୍ୟବହାର ପାଇଁ ଦ୍ରୁତଗତିର ଇଣ୍ଟରନେଟ ଆବଶ୍ୟକ। ଏଥିନିମନ୍ତେ ୬ଜି ସ୍ପିଡ୍‌ ଦରକାର ଥିବାବେଳେ ଏବେ ପୂରା ବିଶ୍ୱରେ ୫ଜି ନେଟ୍‌ଓ୍ବର୍କର ବ୍ୟବହାର ପାଇଁ କାମ ଚାଲିଛି। ତେଣୁ ନିକଟ ଭବିଷ୍ୟତରେ ମେଟାଭର୍ସ ବାସ୍ତବ ରୂପ ନେବା ସମ୍ଭାବନା କମ୍‌ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri