ଭୁବନେଶ୍ୱର,୧୦।୮:ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ ମିଟ-୨୦୨୫’ ଗ୍ରାଣ୍ଡ ଫାଇନାଲ ଆରମ୍ଭ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ୍ସ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ ମନୋନୀତ ହୋଇଛନ୍ତି। ତେବେ ଆଜି ଗ୍ରାଣ୍ଡ ଫାଇନାଲରେ କଡ଼ା ଟକ୍କର ପାଇଁ ଜୁନିୟରଟିମ୍ ମଇଦାନକୁ ଓହ୍ଲାଇଛନ୍ତି।
ଏହି ଅବସରରେ ଓଡ଼ିଶା ପୋଷ୍ଟ ଏବଂ ଧରିତ୍ରୀର ସିଇଓ ଆଦ୍ୟାଶା ସତପଥୀ କହିଛନ୍ତି, ମେଟଲ ମିଟ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୁଇଜର ଆନନ୍ଦ ନେବା ଓ ଉତ୍ସାହ ଫେରାଇ ଆଣିବା। ବର୍ତ୍ତମାନ, ଏହି ପ୍ଲାଟଫର୍ମ ହାଇ ଲେଭଲ କୁଇଜ ପାଇଁ ଏକ ଜଣାଶୁଣା ବ୍ରାଣ୍ଡ ପାଲଟିଛି। 2025ର ସମସ୍ତ ଜୁନିଅର୍ ଏବଂ ସିନିୟର ଫାଇନାଲିଷ୍ଟଙ୍କୁ ଶୁଭେଚ୍ଛା ଜଣାଇଛି।


