ୟୁକ୍ରେନ୍‌ ମୃତକଙ୍କ ଶରୀରରେ ଧାତବ ତୀର, ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିଲା ବ୍ୟବହାର…

କ୍ୱିଭ୍‌, ୨୫।୪ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୬୧ ଦିନ ବିତିଛି। ରୁଷିଆ ବର୍ତ୍ତମାନ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆର ସୈନ୍ୟମାନେ ୟୁକ୍ରେନର ପୂର୍ବ ଭାଗ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକାର ଏକ ପ୍ରତିନିଧି ଦଳ ପ୍ରଥମ ଥର ପାଇଁ କ୍ୱିଭ ପରିଦର୍ଶନ କରିଛନ୍ତି। କୁହାଯାଉଛି ଯେ ରବିବାର ଦିନ ଆମେରିକାର ପ୍ରତିରକ୍ଷା ତଥା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିିଙ୍କନ ୟୁକ୍ରେନ୍‌ ରାଷ୍ଟ୍ରପତି ଡୋଲଡମିୟର ଜେଲେନସ୍କିଙ୍କୁ ଭେଟିଛନ୍ତି।

ରୁଷିଆର ସୈନିକମାନଙ୍କ ଦ୍ୱାରା ହୋଇଥିବା ଯୁଦ୍ଧ ଅପରାଧର ୭୮୮୨ଟି ପ୍ରମାଣ ମିଳିଛି। ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ଦୁଇ ହଜାରରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।
ୟୁକ୍ରେନର ବୁଚା ଏବଂ ଇରପିନ ସହରରେ ମିଳିଥିବା ସାମୁହିକ କବରରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଏହି କବରଗୁଡ଼ିକରେ ପୋତି ଦିଆଯାଇଥିବା ମୃତଦେହରୁ ଧାତବ ତୀର ମିଳିଛି। ଗଣମାଧ୍ୟମ ସଂସ୍ଥା ଦ ଗାର୍ଡିଆନ ରିପୋର୍ଟ ଅନୁଯାୟୀ, ମୃତଦେହଗୁଡ଼ିକର ପୋଷ୍ଟମର୍ଟମ କରିଥିବା ଡାକ୍ତରମାନେ କହିଛନ୍ତି ଯେ ସେମାନେ ମୃତ ଦେହରୁ ଛୋଟ ଏବଂ ଅତ୍ୟଧିକ ତୀକ୍ଷ୍ଣ ଧାତବ ତୀର ପାଇଛନ୍ତି। ଅସ୍ତ୍ରଶସ୍ତ୍ର ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରଥମ ବିଶ୍ୱଯୁଦ୍ଧରେ ଏହିପରି ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା। ଏହି ତୀରଗୁଡିକ ଏକ ତୋପ ଗୋଳା ବାରୁଦରେ ରଖିବା ବିସ୍ଫୋରଣ କରାଯାଉଥିଲା। ଏନେଇ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନର ୨୫୦୦ରୁ ୩୦୦୦ ସୈନିକ, ୨୪୩୫ ସାଧାରଣ ନାଗରିକ, ୨୧୩ ଛୋଟ ପିଲାଙ୍କର ଯୁଦ୍ଧରେ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧୦ ହଜାରରୁ ଅଧିକ ୟୁକ୍ରେନ ସୈନିକ ଏବଂ ୨୯୪୬ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Share