ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ ପ୍ରାୟ ୨.୫ କୋଟି ଆମେରିକୀୟ ଡଲାର ବା ୨ ଅରବରୁ ଅଧିକ ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ଆମେରିକା ଇତିହାସରେ ରାଜନୈତିକ ପ୍ରଚାର ଅଭିଯାନରେ ଜଡିତ ସବୁଠାରୁ ବଡ ଆର୍ଥିକ ଦଣ୍ଡ ବୋଲି କୁହାଯାଉଛି ।

କିଙ୍ଗ କାଉଣ୍ଟି ସୁପରିୟର କୋର୍ଟର ବିଚାରପତି ଡଗଲସ ନର୍ଥ ୱାଶିଂଟନର ଫେୟାର କ୍ୟାମ୍ପେନ ପ୍ରୋକ୍ଟିସ ଆକ୍ଟ ଆଧାରରେ ମେଟାକୁ ରାଜନୈତିକ ବିଜ୍ଞାପନଦାତାଙ୍କ ନାମ ଓ ଠିକଣା ପ୍ରକାଶ ନ କରିବା ଅଭିଯୋଗରେ ଏହି ଜରିମାନା କରିଛନ୍ତି । ଏ ସମସ୍ତ ଘଟଣାକୁ ନେଇ ମେଟା କୌଣସି ଜବାବ ଦେଇ ନାହିଁ । ୱାଶିଂଟନର ପାରଦର୍ଶିତା ଆଇନ ଅନୁଯାୟୀ, ମେଟାକୁ ରାଜନୈତିକ ବିଜ୍ଞାପନଦାତାଙ୍କ ନାମ ଠିକଣା ଜଣାଇବା ଜରୁରୀ ।
କମ୍ପାନୀ ଯେ କୌଣସି ୟୁଜର୍ସଙ୍କ ଦାବି ମୁତାବକ ବିଜ୍ଞାପନଦାତାଙ୍କ ନାମ ଓ ଠିକଣା ଦେବାକୁ ହୋଇଥାଏ । ହେଲେ ମେଟା ବାରମ୍ବାର ଏହାକୁ ନେଇ କୋର୍ଟରେ ଆପତ୍ତି ଉଠାଇଥିଲା । ଫେସବୁକ ରାଜନୈତିକ ବିଜ୍ଞାପନର ଆର୍କାଇଭ ରଖିଛି, ଯାହାକୁ ଏହା ପ୍ରସାରିତ କରିଥାଏ, ହେଲେ ଏହି ଆଇନ ଆଧାରରେ ସୂଚନାକୁ ଜରୁରୀ ସମୟରେ ସାର୍ବଜନିକ କରିବା ନିୟମକୁ ପାଳନ କରିନାହିଁ ।

Share