ମେଟା କର୍ମଚାରୀଙ୍କ ମୁଣ୍ଡରେ ଝୁଲିଲାଣି ଖଣ୍ଡା

କାଲିଫର୍ନିଆ,୭ ।୧୧: ସୋସିଆଲ ମିଡିଆ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର କର୍ମଚାରୀଙ୍କ ପାଇଁ ଖରାପ ଖବର । ମାର୍କ ଜୁକରବର୍ଗଙ୍କ କମ୍ପାନୀ ଦାବି କରିଛି ଯେ ଏଥିରେ କାମ କରୁଥିବା ହଜାର ହଜାର କମଚାରୀଙ୍କର ଚଳିତ ସପ୍ତାହରୁ ଛଟେଇ ଆରମ୍ଭ କରାଯିବ । ଏହା ପୂର୍ବରୁ ଏଲନ ମସ୍କ ବି ଟୁଇଟରରେ କାମ କରୁଥିବା କର୍ମଚାରୀଙ୍କ ଛଟେଇ ଆରମ୍ଭ କରି ଦେଇଛନ୍ତି ।
ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟ ଅନୁଯାୟୀ, ମେଟା ଆସନ୍ତା ବୁଧବାର ଅର୍ଥାତ୍ ନଭେମ୍ବର ୯ରୁ କମ୍ପାନୀରେ ବଡ ଧରଣର ଛଟେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ଏହି ଛଟେଇର ପ୍ରଭାବ କମ୍ପାନୀର ହଜାର ହଜାର କର୍ମଚାରୀଙ୍କ ଉପରେ ପଡିବ । ଏତେ ଅଧିକ ପରିମାଣର ଛଟେଇ ମେଟା ଇତିହାସରେ ପ୍ରଥମ ଥର ବୋଲି କୁହାଯାଉଛି । ସେପ୍ଟେମ୍ବର ଶେଷରେ କମ୍ପାନୀ ସୂଚନା ଦେଇଥିଲା କି ମେଟାରେ ମୋଟ ୮୭,୦୦୦ କର୍ମଚାରୀ କାମ କରୁଛନ୍ତି ।

Share