ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ ଦେଶରେ ନିର୍ବାଚନର ବର୍ଷ ଥିଲା। ସରକାରଙ୍କ କୋଭିଡ୍‌ ପରିଚାଳନା ଓ ତତ୍‌ ପରବର୍ତ୍ତୀ ମୁଦ୍ରାସ୍ଫୀତି କିମ୍ବା ଆର୍ଥତ୍କ ନୀତି ବିଶ୍ୱବ୍ୟାପୀ ନିର୍ବାଚନକୁ ପ୍ରଭାବିତ କରିଥିଲା। ଫଳରେ ଭାରତ ସମେତ କ୍ଷମତାରେ ଥିବା ଅନେକ ଦେଶର ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା କମିଥିଲା। ୨୦୨୪ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହରାଇଥିଲେ ମଧ୍ୟ ଶାସକ ମେଣ୍ଟ ବହୁମତ ବଜାୟ ରଖିପାରିଥିଲା। ଏଥିଯୋଗୁ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର ହୋଇଯାଇଥିଲା ବୋଲି ଜୁକରବର୍ଗ କହିଥିଲେ।
ଅନ୍ୟପକ୍ଷେ ଜୁକରବର୍ଗଙ୍କ ଏହି ମନ୍ତବ୍ୟକୁ ନେଇ ଭାରତର ସଂସଦୀୟ ସ୍ଥାୟୀ କମିଟି ତାଙ୍କୁ ସମନ ଜାରି କରିବାକୁ ଯାଉଛି। ଭୁଲ୍‌ ତଥ୍ୟ ପ୍ରସାର କରାଇଥିବାରୁ ମେଟାକୁ ସମନ କରାଯିବ ବୋଲି ଭାଜପା ଏମ୍‌ପି ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ମଙ୍ଗଳବାର କହିଛନ୍ତି। ଏଥିସହ ସଂସଦୀୟ କମିଟି ଏବଂ ଦେଶବାସୀଙ୍କ ନିକଟରେ ମେଟା କ୍ଷମା ମାଗୁ ବୋଲି ଦୁବେ ଦାବି କରିଛନ୍ତି। ଏହାର ଦିନକ ପୂର୍ବରୁ ଜୁକରବର୍ଗଙ୍କ ଦାବିକୁ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଖଣ୍ଡନକରି ଏହାକୁ ‘ତଥ୍ୟଗତ’ ଭୁଲ୍‌ ବୋଲି କହିଥିଲେ। ଦେଖିବାକୁ ଗଲେ କୋଭିଡ୍‌ ପରିଚାଳନାରେ ବିଫଳତା କାରଣରୁ ଭାରତ ସରକାରଙ୍କ ‘ପତନ’ ଘଟିଥିଲା ବୋଲି ଜୁକରବର୍ଗ କୌଣସି ସ୍ଥାନରେ କହିନାହାନ୍ତି। ୨୦୨୪ରେ ଅନୁଷ୍ଠିତ ନିର୍ବାଚନରେ ଆମେରିକା, ବ୍ରାଜିଲ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍‌, ମେକ୍ସିକୋ, ଇଣ୍ଡୋନେସିଆ ଓ ପାକିସ୍ତାନରେ କ୍ଷମତାସୀନ ଦଳ ହାରିଯାଇଥିଲା। ଭାରତରେ ମଧ୍ୟ ଭାଜପାର ଆସନ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଛି, ଯେଉଁଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ଗୁରୁତ୍ୱପୂର୍ଣ୍ଣ ସହଯୋଗ ନେବାକୁ ପଡ଼ିଲା।
ମେଟା ଅଧୀନ ଫେସ୍‌ବୁକ୍‌ର ବିଶ୍ୱର ସର୍ବାଧିକ ୩୭୮.୦୩ ନିୟୁତ ୟୁଜର୍ସ ଭାରତରେ ଅଛନ୍ତି। ଏହା ପରେ ୧୯୩.୮ ନିୟୁତ ୟୁଜର୍ସ ସହ ଆମେରିକା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଇଣ୍ଡୋନେସିଆ, ବ୍ରାଜିଲ, ମେକ୍ସିକୋ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି। ତେବେ ସଂସଦୀୟ କମିଟିର କ୍ଷମା ଦାବି ପରେ ଫେସ୍‌ବୁକ୍‌ ସମେତ ଇନ୍‌ଷ୍ଟାଗ୍ରାମ, ହ୍ବାଟ୍ସଆପ୍‌ ଓ ଥ୍ରେଡ୍ସ ୟୁଜର୍ସଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି। ତାହା ହେଲା, ଜୁକରବର୍ଗ କ୍ଷମା ନ ମାଗିଲେ ଭାରତ ସରକାର ମେଟା କମ୍ପାନୀ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଫେସ୍‌ବୁକ୍‌କୁ ଦେଶରେ ବ୍ଲକ୍‌ କରାଗଲେ ଚାଇନା ଭଳି ଭାରତର ନିଜସ୍ବ ସୋସିଆଲ ମିଡିଆ ସାଇଟ୍‌ ନ ଥିବାରୁ ୟୁଜର୍ସ ଅନ୍‌ଲାଇନ୍‌ରେ ଅଭିବ୍ୟକ୍ତି ପରିପ୍ରକାଶରୁ ବଞ୍ଚତ୍ତ ହୋଇପାରନ୍ତି। ଅତୀତରେ ସୋସିିଆଲ ମିଡିଆ ପଲିସିକୁ ନେଇ ଟୁଇଟର (ବର୍ତ୍ତମାନର ଏକ୍ସ) ସହ କେନ୍ଦ୍ର ସରକାରଙ୍କ ବିବାଦ ଦେଖାଦେଇଥିଲା। ବେଙ୍ଗାଲୁରୁର ଅପ୍ରମେୟ ରାଧାକୃଷ୍ଣନ୍‌ଙ୍କ କୁ’ କୁ ସରକାର ଓ ଶାସକ ଦଳରେ ଥିବା ଅନେକ ନେତା ସମର୍ଥନ କରି ଏହି ସାଇଟ୍‌କୁ ଆପଣାଇଥିଲେ। କିନ୍ତୁ ୨୦୨୪ ଜୁଲାଇରେ ସହଯୋଗୀଙ୍କଠାରୁ ଆର୍ଥିକ ସହାୟତା ନ ମିଳିବାରୁ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଜୁକରବର୍ଗଙ୍କ ମନ୍ତବ୍ୟ ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri